Live Odisha Tv

ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

ଭୁବନେଶ୍ଵର: ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଏବଂ କଟ୍‌ଅଫ ମାର୍କ ପ୍ରକାଶ ପାଇଛି । କଟ୍ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। ରେଭେନ୍ସାରେ ବିଜ୍ଞାନରେ ନାମଲେଖା ପାଇଁ ୯୧.୫ ପ୍ରତିଶତ କଟଅଫ୍ ମାର୍କ ଥିବାବେଳେ ବାଣିଜ୍ୟରେ ୭୭ % ଏବଂ କଳାରେ କଟଅଫ୍ ମାର୍କ ୭୫.୧୭ % ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନ କଟଅଫ ମାର୍କ ୮୭% ରହିଥିବାବେଳେ ବାଣିଜ୍ୟ ୭୦% ଏବଂ କଳା ୭୨.୩୩% ରହିଛି।
ଅନ୍ୟପଟେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ନାମ ଲେଖା ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ସ୍ଥାନ ପାଇଛି। ୪୯ ହଜାର ୬୨୧ ଛାତ୍ରଛାତ୍ରୀଙ୍କୁ ବାଦ ଦିଆଯାଇଥିବା ସୂଚନା ମିଳିଛି। କଳାରେ ୨ଲକ୍ଷ ୭୧ ହଜାର ୪୯୨, ବିଜ୍ଞାନରେ ୧ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ଜଣ, ଧନ୍ଦାମୂଳକରେ ୪ ହଜାର ୯୭୮ଜଣ ନାମ ଲେଖା ପାଇଁ ମନୋନୀତ ହୋଇଛନ୍ତି । ଅଗଷ୍ଟ ୧ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା । ଏନେଇ ଡିଏଚଏସଇ ନିର୍ଦ୍ଦେଶକ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି ।

Digital Griot