Live Odisha Tv

ଇସ୍ରାଏଲକୁ ଏୟାର ଇଣ୍ଡିଆର ଉଡ଼ାଣ ବାତିଲ

ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏହାର ପ୍ରଭାବ ଏବେ ଭାରତ ଉପରେ ପଡ଼ିଛି । ବର୍ତ୍ତମାନ ସ୍ଥିତିରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ତାର ସମସ୍ତ ଉଡ଼ାଣକୁ ବାତିଲ କରିଦେଇଛି । ଆସନ୍ତା ଅଗଷ୍ଟ 8 ତାରିଖ ଯାଏ ତେଲ୍ ଏବିବ୍ କୁ ଯିବାକୁ ଥିବା ସମସ୍ତ ବିମାନ ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ନେଇ କମ୍ପାନୀ ସୂଚନା ଦେଇଛି ।

ଏୟାର ଇଣ୍ଡିଆ କହିଛି ଯେ ଇସ୍ରାଏଲ୍ ସ୍ଥିତି ଉପରେ ନଜର ରଖାଯାଇଛି । ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରାଏଲର ତେଲ୍ ଆବିବ୍ ଯିବା ଏବଂ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରିଦିଆଯାଇଛି । ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆ କହିଛି ।

ଗତ ବର୍ଷ ଅକ୍ଟୋବର ମାସରୁ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଅବିରତ ଯୁଦ୍ଧ ଚାଲିଛି । ହମାସର ଚିଫ୍ ଇସ୍ମାଇଲ୍ ହାନିଆଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ଇରାନ ଇସ୍ରାଏଲ୍ ଯୁଦ୍ଧ ପାଇଁ ଖୋଲା ଚେତାବନୀ ଦେଇଛି । ଯାହା ପରେ ମଧ୍ୟ ଏସିଆରେ ଏହାକର ପ୍ରଭାବ ପଡ଼ିଛି ।

Digital Griot