ଭୁବନେଶ୍ୱର : ଡାକ୍ତରୀ ଶିକ୍ଷାଲାଭ ପରେ ରୋଗୀଙ୍କୁ ଉତମ ସେବା ଯୋଗାଇ ଦେବା ପାଇଁ ଶପଥ ନେଇଛନ୍ତି କିମ୍ସର ନବାଗତ ଛାତ୍ରଛାତ୍ରୀମାନେ । ଗୁରୁବାର କିମ୍ସରେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ
କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନେ ସେବା ମନୋବୃତି ରଖି ଡାକ୍ତରୀ ଶିକ୍ଷା ଲାଭ କରିବା ଉଚିତ ବୋଲି କହିଥିଲେ । ସମାଜ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ଦେଖିଥାଏ, ତେଣୁ ଛାତ୍ରଛାତ୍ରୀମାନେ
ଡାକ୍ତର ହେବା ପରେ ଉତମ ରୋଗୀସେବା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା ସିବିକେ ମହାନ୍ତି, କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ୍ ଡା. ଆର ସି ଦାସ, ଉପାଧ୍ୟକ୍ଷ ଡା.
ଲଲାଟେନ୍ଦୁ ମହାନ୍ତି, କିମ୍ସ ମେଡିକାଲ୍ ଅଧିକ୍ଷକ ଡା. ମାନସ ରଞ୍ଜନ ବେହେରା ଓ କିଟ୍ ଡେଂଟାଲ କଲେଜ ଅଧ୍ୟକ୍ଷ ଡା. ଅଶ୍ୱିନୀ କର ପ୍ରମୁଖ ଉପସ୍ଥିତ ରହି ନବାଗତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଡା. ସିବିକେ ମହାନ୍ତି କହିଲେ, ଏମ୍ବିବିଏସ୍ ଏକ ଚ୍ୟାଲେଞ୍ଜିଂ କରିକୁଲମ । ତେଣୁ ଡାକ୍ତର ହେବା ପରେ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ରହିବାକୁ ସବୁବେଳେ ଅଧ୍ୟୟନ କରିବାକୁ ପଡ଼ିଥାଏ ବୋଲି କହିଥିଲେ । ଏହି ୫ବର୍ଷ ମଧ୍ୟରେ ତୁମେମାନେ ଯେଉଁ ପରିଶ୍ରମ କରିବ ତାହା ପରବର୍ତୀ ୫୦ବର୍ଷ ପର୍ଯ୍ୟନ୍ତ ତୁମକୁ ସହାୟକ ବୋଲି ସେ କହିଥିଲେ । ସେହିପରି ହ୍ୱାଇଟକୋଟ ସ୍ୱାଗତ କାର୍ଯ୍ୟକ୍ରମ ପରେ କାଡାଭରିକ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କିମସ ହ୍ୟୁମାନ ଆନାଟୋମୀ ବିଭାଗରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟ ଡା ପ୍ରଜ୍ଞା ପାରମିତା ସାମନ୍ତ ଡାକ୍ତରୀ ଶିକ୍ଷାର ଅୟମାରମ୍ଭ କାଡାଭାରିକ ଡିସେକ୍ସନ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ଦେଇଥିଲେ ।