ଦକ୍ଷିଣ ଆଫ୍ରିକାକୁ 232 ରନର ବିଜୟ ଟାର୍ଗେଟ

ଭାରତର ବିସ୍ଫୋରକ ବ୍ୟାଟିଂ ରେ ଘାଇଲା ହେଲା ଦକ୍ଷିଣ ଆଫ୍ରିକା । ହାର୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମାଙ୍କ ଜବରଦସ୍ତ ଯୋଡି ମାତ୍ର 43 ବଲ ରେ 105 ରନ ଭାରତ ପାଇଁ ଆଣି ଦେଇଥିଲେ । ହାର୍ଦିକ ବ୍ୟକ୍ତିଗତ ଭାବେ ମାତ୍ର 25 ବଲ ଖେଳି ବିସ୍ଫୋରକ 63 ରନ କରିଥିବାବେଳେ ତିଳକ ବର୍ମା ବ୍ୟକ୍ତିଗତ ସ୍କୋର 42 ବଲରେ 73 ରନ କରିଥିଲେ । ଦୁବେ ଶେଷରେ ଆସି ମାତ୍ର 3 ବଲ ରେ ଗୋଟେ ଛକା ଓ ଗୋଟେ ଚୌକା ସହ 10 ରନ କରିଥିଲେ । ଭାରତ 5 ୱେକେଟ ହରାଇ 20 ଓଭର ରେ 231 ରନ କରିବାକୁ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକାକୁ 232 ରନ ର ବିଜୟ ଟାର୍ଗେଟ ଦେଇଥିଲା ।

ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୩ ରନ୍‌ ସଂଗ୍ରହ କରିଥିଲେ । ଅଭିଷେକ ଶର୍ମା ୨୧ଟି ବଲ୍‌ ଖେଳି ୬ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍‌ ସଂଗ୍ରହ କରିଥିଲେ। ଭାରତ ଦ୍ବିତୀୟ ୱିକେଟ୍‌ ଭାବେ ସଂଜୁ ସାମସନ୍‌ଙ୍କୁ ହରାଇଥିଲା, ସେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ । ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ। ସେ ୭ଟି ବଲ୍‌ ଖେଳି ସହାୟତାରେ ୫ ରନ୍‌ ସଂଗ୍ରହ କରିଥିଲେ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Digital Griot