ବରଗଡ଼ ଜିଲ୍ଲା ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ୨୦/୧୨/୨୫ ରୁ ୨୨/୧୨/୨୫ ପୌଷ ଅମାବାସ୍ୟା ରୁ ପୌଷ ଶୁକ୍ଲ ଦ୍ଵିତୀୟା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ସକାଳ ୯ଟା ରେ ଶିଶୁ ମନ୍ଦିରରୁ କଳସ ଯାତ୍ରା ବାହାରି ଯୋଶୀ ବନ୍ଧ ଠାରୁ ପବିତ୍ର ଜଳ ଆଣି ଗ୍ରାମ ପରିକ୍ରମା କରି ବିଦ୍ୟାମନ୍ଦିରରେ ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିବା ବେଳେ ପରେ ନୂଆପାଲି ଆଶ୍ରମ ଦ୍ୱାରା ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଅପରାହ୍ନ ୨ଟା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୀବନ ମୁକ୍ତାନନ୍ଦ ସରସ୍ବତୀ, ସମ୍ମାନିତ ଅତିଥି ଭାବେ ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝୀ ,ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ,ସରପଞ୍ଚ ସରତ କାଲୋ, ଉପଦେଷ୍ଠା ମଣ୍ଡଳୀର ସଦସ୍ୟ ସଞ୍ଜୟ ପୁରୋହିତ, ସଭାପତି ରବୀନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ରଜତ ଜୟନ୍ତୀର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ l ପରିଶେଷରେ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ଶିକ୍ଷକ ମୋହନ ରଣା ଙ୍କ ସଭାପତିତ୍ଵରେ ପୂର୍ବ ଗୁରୁଜୀ ଗୁରୁମାମାନଙ୍କ ସମ୍ମିଳନୀ ହୋଇଥିଲା l ଏଥିରେ ମୁଖ୍ୟ ବକ୍ତା ଭାବେ ଖଗେଶ୍ଵର ଦାସ ଯୋଗ ଦେଇଥିବା ବେଳେ ସଭାପତି ରବୀନ୍ଦ୍ର ପଣ୍ଡା , ପରିଚାଳନା ସମିତି ର ସଦସ୍ୟା ରୀନା ସାହୁ , ନୀଳିମା ଦାଶ , ଶୁଭେଛୁ ଉତ୍କଳ ପାଠୀ ମଞ୍ଚାସୀନ ହୋଇଥିଲେ l ପୂର୍ବ ଗୁରୁଜୀ ଗୁରୁମାଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା l ପରିଶେଷରେ ଶିକ୍ଷକ ଗୁପ୍ତେଶ୍ୱର ଧରୁଆ ଧନ୍ଯବାଦ ଅର୍ପଣ କରିଥିଲେ l ଦ୍ବିତୀୟ ଅଧିବେଶନରେ ଶିକ୍ଷକ ଦଶମଣି ସାହୁ ଙ୍କ ସଭାପତିତ୍ଵରେ ପୂର୍ବ ଛାତ୍ର ଛାତ୍ରୀ ମାନଙ୍କ ସମ୍ମିଳନୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପାଇକମାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵାଦଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘେଁସ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ନରସିଂହ ସାହୁ , ଲେକୃ ଡୁଡୁକା,ଦେବାଶିଷ ପୁରୋହିତ , ପ୍ରଶାନ୍ତ ହୋତା ଉପସ୍ଥିତ ଥିଲେ l ଏଥିରେ ମୁଖ୍ୟ ଅତିଥି ଦ୍ଵାଦଶ ପଧାନ କୃତୀ ଛାତ୍ର ଛାତ୍ରୀମାନଙ୍କୁ ୨୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ l ପରିଶେଷ ରେ ଶିକ୍ଷକ ମୋହନ ରଣା ଧନ୍ଯବାଦ ଅର୍ପଣ କରିଥିଲେ l ତୃତୀୟ ଅଧିବେଶନରେ ପରିଚାଳନା ସମିତିର ସଭାପତି ଅରୁଣ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ,ସମ୍ମାନୀତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ , ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ମତିଲାଲ ନେହେରୁ ମହାବିଦ୍ୟାଳୟ7 ନୂଆଦିଲ୍ଲୀ ଡ.ଶ୍ରୀବତ୍ସ ବଢେଇ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ମନୋଜ କୁମାର ପଣ୍ଡା , ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ୨୫ ବର୍ଷର ବିବରଣୀ ପଠନ କରିଥିଲେ l ଏହି ଅବସର ରେ ସ୍ମରଣିକା “ ଅମୃତ ଧାରା “ ଉନ୍ମୋଚନ ହୋଇଥିଲା l ଉତ୍କଳ ପାଠୀ ଏକ ଲକ୍ଷ ଟଙ୍କା ଅନୁଷ୍ଠାନ କୁ ଦାନ କରିଥିଲେ । ପରିଶେଷରେ ପରିଚାଳନା ସମିତି ର ସହ ସମ୍ପାଦକ ସୌରଭ ତ୍ରିବେଦୀ ଧନ୍ଯବାଦ ଅର୍ପଣ କରିଥିଲେ । ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ରାଉରକେଲା ଡ. ସନାତନ ପଧାନ ଯୋଗ ଦେଇଥିଲେ । ସଭାପତି ରବୀନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ବୁଦ୍ଧଦେବ ପୁରୋହିତ ପରିଚୟ ପ୍ରଦାନ କରିଥିଲେ ଏବଂ ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଚଳିତ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଅନେକ ଶିକ୍ଷକ ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗରୁମା ଗୁରୁଜୀଙ୍କୁ ପୁଷ୍ପ,ଚନ୍ଦନ ଓ ଉପଢ଼ୌକନ ଦେଇ ଗୁରୁ ପୂଜନ କରାଯାଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେବା ପ୍ରଦାନ କରିଥିବା ଗୁରୁଜୀ ବେଦବ୍ୟାସ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପଶ୍ଚିମ ସମ୍ଭାଗର ସହ ସମ୍ଭାଗ ସଂଯୋଜକ ଗୁପ୍ତେଶ୍ୱର ଥନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ପଶ୍ଚିମ ସମ୍ଭବ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର,ଦକ୍ଷିଣ ସମ୍ଭାଗ ସହ ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ,ସୁବର୍ଣ୍ଣପୁର ବିଭାଗ ନୀରିକ୍ଷକ ଜୟ କିଶୋର ପଣ୍ଡା, ଅବସର ପ୍ରାପ୍ତ ନୀରିକ୍ଷକ ପ୍ରଦୀପ ମିଶ୍ର,ସମ୍ବଲପୁର ବିଭାଗର ପ୍ରଚାରକ ଶ୍ରିମନ୍ତ ପ୍ରଧାନ,ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ଭକ୍ତ ଚରଣ ସାହୁ,ବରଗଡ଼ ଜିଲ୍ଲା ସଂଘ ଚାଳକ ରହିତ ମେହେର, ରଜତ ଜୟନ୍ତୀ ଉତ୍ସବ ପାଳନ ପାଇଁ ପୂର୍ବ ପ୍ରସ୍ତୁତିର ମାର୍ଗଦର୍ଶନ କରିଥିବା ବରପାଲି ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ମଧ୍ୟ ଉଦଯାପନୀ ଉତ୍ସବରେ ଉପସ୍ଥିତ ଥିଲେ । ପ୍ରତ୍ୟେକ ଦିନ ଏଠାରେ ବିଦ୍ୟାଳୟର ଶିଶୁ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ହେମନ୍ତ କୁମାର ପଣ୍ଡା ଏବଂ କୁମୁଦ ଚନ୍ଦ୍ର ନାୟକ ଙ୍କ ନିର୍ଦ୍ଧେଶନାରେ ‘ଘେସ ଜମିଦାର ମାଧୋ ସିଂ’ ନାଟକ ପରିବେଷଣ ହୋଇଥିଲା । ରବୀନ୍ଦ୍ର ପଣ୍ଡା,ମନୋଜ କୁମାର ପଣ୍ଡା,ସଞ୍ଜୟ ପୁରୋହିତ,ପୁରୁଷୋତ୍ତମ ସାହୁ,ସୁଶାନ୍ତ ପାଣିଗ୍ରାହୀ,ଶାଶ୍ଵତ ରଞ୍ଜନ ପୁରୋହିତ,ବୁଦ୍ଧଦେବ ପୁରୋହିତ,ଆଦିକନ୍ଦ ପୁରୋହିତ,ସୌରଭ ତ୍ରିବେଦୀ,କୁନା ସେଠ,ରୀନା ସାହୁ,ନନ୍ଦକିଶୋର ଯୋଷୀ,ସୁରେଶ୍ଵର ଭୋଇ, ଲେକୃ ବରିହା,ଗିରିଶ ପଣ୍ଡା,ମାନସ ଦାଶ,ନିଳୀମା ଦାଶ ଏବଂ ସମସ୍ତ ଗୂରୁମା ଗୁରୁଜୀ,ସେବକ ସେବୀକାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହୋଯୋଗ କ୍ରମେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସଫଳ ହୋଇଥିଲା ।
ରିପୋର୍ଟ : ସୁଶାନ୍ତ ପଣ୍ଡା






