କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍

ଭୁବନେଶ୍ୱର : ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କିମ୍‍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ଓ ଆମେରିକାର ୧୧୦ରୁ ଊର୍ଦ୍ଧ୍ୱ ପ୍ରଖ୍ୟାତ ଡାକ୍ତରଗବେଷକସ୍ୱାସ୍ଥ୍ୟ ବିଶେଷଜ୍ଞନବସର୍ଜନାକାରୀମାନେ ଯୋଗ ଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଆଭାସୀ ମାଧ୍ୟମରେ ଯୋଗଦେଇ କହିଲେଅନ୍ତର୍ଜାତୀୟ ଚିକିତ୍ସା ସହଯୋଗ ଓ ଜ୍ଞାନ ବିନିମୟକୁ ଆଗକୁ ବଢ଼ାଇବା ଏଭଳି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଭାରତୀୟ ବଂଶୋଦ୍ଭବ ଡାକ୍ତରମାନେ ଆମେରିକାରେ ଆଧୁନିକ ସ୍ୱାସ୍ଥ୍ୟସେବା ସଂଗଠନ କରିବା ସହିତ ଦୟାଶୃଙ୍ଖଳା ଏବଂ ବୃତ୍ତିଗତ ଉତ୍କର୍ଷତା ମାଧ୍ୟମରେ ଗଭୀର ଓ ସ୍ଥାୟୀ ବିଶ୍ୱ ପ୍ରଭାବ ସୃଷ୍ଟି କରିପାରିଛନ୍ତି।

କାର୍ଯ୍ୟକ୍ରମରେ କିଟ୍‍କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେଡାକ୍ତରମାନଙ୍କ ଏଭଳି ବିଶ୍ୱସ୍ତରୀୟ ସମାବେଶ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏଏପିଆଇ ଉପରେ ଗୁରୁତ୍ୱାରୋପ କରି ସେ କହିଲେଏଏପିଆଇ ଆମେରିକାରେ କାର୍ଯ୍ୟ କରୁଥିବା ଏକ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ପ୍ରତିନିଧିତ୍ୱ କରୁଛି। ଏହା ବ୍ୟତୀତ ସେ ନିରନ୍ତର ଶୈକ୍ଷିକ ସହଯୋଗଗବେଷଣାଜ୍ଞାନ ବିନିମୟ ଓ ଦକ୍ଷତା ନିର୍ମାଣ ମାଧ୍ୟମରେ ଭାରତ ଓ ଆମେରିକା ମଧ୍ୟରେ ଏକ ଏଏପିଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହୁଥିଲେ। ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ଏଏପିଆଇ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଏଏପିଆଇ ସଭାପତି ତଥା ଏଏପିଆଇ ଜିଏଚ୍‍ଏସ୍‍ ଅଧ୍ୟକ୍ଷ ଡା ଅମିତ ଚକ୍ରବର୍ତ୍ତୀ କହିଲେଏଏପିଆଇ ହେଉଛି ଆମେରିକାର ଦ୍ୱିତୀୟ ସର୍ବବୃହତ ଚିକିତ୍ସା ସଂଗଠନ। ଏଥିରେ ଯେ ପ୍ରାୟ ୧୧୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀ ପାଇଁ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। କିମ୍‍ସରେ ଏହି ସମ୍ମିଳନୀ ଆୟୋଜନ କରିବା ଦ୍ୱାରା କିଟ୍‍ ଓ କିମ୍‍ସର ବିଶ୍ୱସ୍ତରୀୟ ଶିକ୍ଷାଗତ ଓ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ପରିଦର୍ଶନ କରିବା ସହ ପ୍ରତିନିଧିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ବିଷୟରେ ଅଭିଜ୍ଞତା ମିଳିଥିଲା।

ସମ୍ମିଳନୀ ଉପରେ ଆଲୋକପାତ କରି ଓଡ଼ିଶା ଫିଜିସିଆନ୍‍ସ ଅଫ୍ ଆମେରିକାର ସଭାପତି ଡା ଅତଶୁ ନାୟକ କହିଲେଏହି ସମ୍ମିଳନରେ ଆଧୁନିକ ଚିକିତ୍ସା ପଦ୍ଧତିରୋଗ ନିବାରଣମଧୁମେହ ଓ ମେଟାବୋଲିଜିମ୍ ବିଷୟରେ ଆଲୋଚନା କରିବା ପାଇଁ ପ୍ରମୁଖ ଡାକ୍ତରମାନଙ୍କୁ ଏକତ୍ରିତ କରିଛି। ଆମେରିକାରେ ପ୍ରବାସୀ ଭାରତୀୟଙ୍କ ଘର ହୋଇଥିଲେ ମଧ୍ୟ ଓଡ଼ିଶା ସେମାନଙ୍କର ମାତୃଭୂମି। ସେମାନେ ଓଡ଼ିଶାକୁ କେବେ ବି ଛାଡ଼ି ପାରିବେ ନାହିଁ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା ସିବିକେ ମହାନ୍ତିକିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଆର ସି ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କିମ୍‍ସ ମହାନିର୍ଦ୍ଦେଶକ ଡା ଅଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ତିନିଦିନ ବ୍ୟାପୀ ହେଉଥିବା ଏହି ସମ୍ମିଳନୀରେ ଅତ୍ୟାଧୁନିକ ନିରନ୍ତର ଚିକିତ୍ସା ଶିକ୍ଷା (ସିଏମଇ) ଅଧିବେଶନକୃତ୍ରିମ ବୁଦ୍ଧିମତ୍ତା (ଏଆଇ)- ଚାଳିତ କ୍ଲିନିକାଲ୍ ଇନ୍‍ସାଇଟ୍‍ଉନ୍ନତ ଶଲ୍ୟଚିକିତ୍ସା ପ୍ରଦର୍ଶନକର୍ମଶାଳାଜନସ୍ୱାସ୍ଥ୍ୟ ପଦକ୍ଷେପ ଆଦି ଉପରେ ଆଲୋଚନା ଜାରି ରହିଛି।

Digital Griot