
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ୨୦ତମ ପ୍ରତିଷ୍ଠା ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଂସ୍କୃତ ଶ୍ଳୋକ “ବିଦ୍ୟା ଦଦାତି ବିନୟମ୍, ବିନୟଦ୍ ଯାତି ପାତ୍ରତାମ’ ଉଦ୍ଧୃତ କରି କହିଲେ, ଜ୍ଞାନ ବିନମ୍ରତା ପ୍ରଦାନ କରେ ଓ ବିନମ୍ରତା ଯୋଗ୍ୟତା ଆଡ଼କୁ ନେଇଯାଏ। ଜ୍ଞାନ ଜଣେ ବ୍ୟକ୍ତିକୁ ବିନମ୍ର କରିଥାଏ, ବିନମ୍ରତା, ଦକ୍ଷତା ହାସଲ କରିବାରେ ସାହାଯ୍ୟ କରେ; ଏବଂ ଦକ୍ଷତା, ସଫଳତା ଏବଂ ଖୁସି ପାଇବା ପାଇଁ ପଥ ପ୍ରଶସ୍ତ କରିଥାଏ



