
ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
ଭୁବନେଶ୍ୱର : ୧୦ ମାସର ଶିଶୁ ଅସାବଧାନତା ଭାବେ ଗିଳି ଦେଇଥିଲା ଧାତବ ପିନ୍। କିମ୍ସ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟି ମୃତ୍ୟୁ ମୁହଁରୁ ବଞ୍ଚିଯାଇଛି । ରାଉରକେଲାର ୧୦ ମାସର ଶିଶୁ ଏକ ଧାତବ ପିନ୍ ଗିଳି ଦେଇଥିଲା। ପିନ୍ଟି ଶିଶୁର ଖାଦ୍ୟନଳୀରେ ଅଟକି ରହିଥିଲା। ଶିଶୁଟି ବାରମ୍ବାର ବାନ୍ତି କରିବାରୁ ତାକୁ ତାର ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ଦେଖାଇଥିଲେ। ବାନ୍ତିର କାରଣ ଜଣାନପଡ଼ିବାରୁ ତାକୁ ୧୮ତାରିଖରେ ସେମାନେ କିମ୍ସରେ ଭର୍ତ୍ତି କରିଥିଲେ।



