
କିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତ
ଭୁବନେଶ୍ୱର : ବୈଷୟିକ ଜ୍ଞାନର ବଶବର୍ତ୍ତୀ ନହୋଇ ଏହା ଉପରେ ଦକ୍ଷତା ହାସଲ କରିବା ପାଇଁ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଯାଦବ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ତିନିଦିନ ଧରି ଚାଲିଥିବା କିଟ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ସୋମବାର ଉଦ୍ଯାପିତ ହୋଇଯାଇଛି । ସମାବର୍ତ୍ତନରେ ଯୋଗଦେଇଥିବା ଅତିଥିମାନେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ ସୁଯୋଗକୁ ଆପଣାଇବା,




