Live Odisha Tv

କ୍ରିକେଟରୁ ଆଣ୍ଡରସନଙ୍କ ଅବସର ଘୋଷଣା

ଇଂଲଣ୍ଡ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ଏବଂ ୧୧୪ ରନରେ ପରାସ୍ତ କରିଛି। ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ କ୍ୟାରିୟରରେ ଅନେକ କୀର୍ତ୍ତିମାନ ରଚିବା ସହ କ୍ରିକେଟ ଜଗତରୁ ଅବସର ଘୋଷଣା କରିସାରିଛନ୍ତି। ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ନଟିଂଘମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଆଣ୍ଡରସନଙ୍କ ବଦଳରେ ମାର୍କ ଉଡ ପଡିଆକୁ ଓହ୍ଲାଇବେ ସିରିଜର ଦ୍ୱିତୀୟ ଟେଷ୍ଟ ଜୁଲାଇ ୧୮ ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ନଟିଂଘମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବ । ଇଂଲଣ୍ଡ ଦଳ ଏହି ମ୍ୟାଚ ଜିତିବା ସାହା ଟେଷ୍ଟ ସିରିଜ ଜିତିବାକୁ ଚେଷ୍ଟା କରିବ।

ମେ ୨୦୧୫ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମାର୍କ ଉଡ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ୩୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ଅବଧିରେ ସେ ୩୧.୨୪ ହାରାହାରି ରେ ୬୩ ଇନିଂସରେ ୧୦୮ ୱିକେଟ୍ ନେଇଛନ୍ତି ଏହାସହ ସେ ଥର ୱିକେଟ୍ ହଲ ନେଇଛନ୍ତି। କ୍ରିକେଟର ଏହି ଦୀର୍ଘତମ ଫର୍ମାଟରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି /୧୦୦ ଆଣ୍ଡରସନ ତାଙ୍କ କ୍ୟାରିୟରରେ ୧୮୮ ଟି ଟେଷ୍ଟ ଖେଳିଥିଲେ। ଏହି ଅବଧିରେ ସେ ୩୫୦ ଇନିଂସରେ ୭୦୪ ୱିକେଟ୍ ନେଇଥିଲେ। ଟେଷ୍ଟ କ୍ରିକେଟରେ ତାଙ୍କର ହାରାହାରି ୨୬.୪୬ ଏବଂ ଇକୋନୋମି .୭୯ ଥିଲା ସେ ଟେଷ୍ଟରେ ତୃତୀୟ ସର୍ବାଧିକ ୱିକେଟ୍ ନେଇଛନ୍ତି।

ଏହା ବ୍ୟତୀତ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ହେଉଛନ୍ତି ଆଣ୍ଡରସନ। ସର୍ବାଧିକ ୱିକେଟ୍ ତାଲିକାରେ ମୁଥିଆ ମୁରଲୀଧରନ୍ ୮୦୦ ୱିକେଟ୍ ନେଇ ଶୀର୍ଷରେ ଥିବାବେଳେ ସେନ ୱାର୍ଣ୍ଣ ୭୦୮ ୱିକେଟ୍ ନେଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ତୃତୀୟରେ ଅଛନ୍ତି ଆଣ୍ଡରସନ ଯିଏକି ୭୦୪ ଟି ୱିକେଟ୍ ନେଇଛନ୍ତି  

Digital Griot