| |

ଓଏଏସ୍‌ ରେଜଲ୍ଟ-୨୦୨୨: ୬୮୩ ଜଣ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଶୀର୍ଷ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। ରାଜ୍ୟର ଶୀର୍ଷସ୍ତରର ପରୀକ୍ଷାରେ ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ଉଦ୍ୟମରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଜାତୀୟ ପ୍ରଦ୍ଦ୍ୟୋଗିକୀ ପ୍ରତିଷ୍ଠାନ (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ ଆଣ୍ଡ ଟେଲି କମ୍ୟୁନିକେସନ୍‌ ବିଷୟରେ ବି‌.ଟେକ୍‌ ଅଧ୍ୟୟନ କରିଛନ୍ତି। ଚାକିରି ଛାଡ଼ି ଓଏଏସ୍‌ ପାଇଁ ପ୍ରସ୍ତୁତି କରିବା ସହ ସଫଳତା ହାସଲ କରିଛନ୍ତି। ଏଥି ସହିତ ଦୃଢ଼ ମନୋବଳ ଓ କଠନି ପରିଶ୍ରମ ସଫଳତା ଆଣିଦିଏ ବୋଲି ସେ ପ୍ରମାଣିତ କରିଛନ୍ତି। ସେହିପରି ତାଲିକାର ଦ୍ବିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଂଜନ ପତି ଅଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ପ୍ରଜ୍ଞା ପାରଙ୍ଗମ ଓ ଆଜାଦ କୁମାର ସାହୁ ଅଛନ୍ତି। ଦୀପମ ରାଉତ, ଦେବବ୍ରତ ଗୌଡ଼ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଥିବା ବେଳେ ଆଦିଦ୍ୟ ଦୀପଙ୍ଗର ଷଡ଼ଙ୍ଗୀ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନବମରେ କପିଳ କୁମାର ମହାନ୍ତି ଥିବା ବେଳେ ଦଶମରେ ଅମ୍ରିତା ସାହୁ ସ୍ଥାନ ପାଇଛନ୍ତି। ଏହି ୧୦ ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ସାମାଜିକ ଓ ଆଥିର୍କ ପଛୁଆ ବର୍ଗ (ଏସ୍‌ଇବିସି)ର ଅଛନ୍ତି। କିନ୍ତୁ ଏମାନେ ସମସ୍ତେ ଅଣସଂରକ୍ଷିତ ବର୍ଗରେ ଚୟନିତ ହୋଇଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ ପାଇଁ ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ଆବେଦନ କରିଥିଲେ। ପରୀକ୍ଷା ଦେଇଥିଲେ ୪୦୫୮୬ ଜଣ। ପ୍ରବେଶିକା ପରୀକ୍ଷାରେ ମୋଟ ୮୨୨୦ ଜଣ କୃତକାର୍ଯ୍ୟ ହୋଇଥିଲେ। ମୁଖ୍ୟ ଲିଖିତ ପରୀକ୍ଷା ଗତ ଫେବ୍ରୁଆରି ୨୫, ୨୬, ୨୮, ମାର୍ଚ୍ଚ ୧ ଓ ୩ ତାରିଖ ହୋଇଥିଲା। ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ସାକ୍ଷାତକାର ଗତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଜାରି ଥିଲା। ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ଯ୍ୟ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅଣସଂରକ୍ଷିତ ବର୍ଗରେ ୩୮୭ ଜଣ, ପଛୁଆ ବର୍ଗରେ ୭୧ ଜଣ, ଅନୁସୂଚିତ ଜାତି ବର୍ଗରେ ୮୯ ଜଣ, ଅନୁସୂଚିତ ଜନଜାତି ବର୍ଗରେ ୧୩୬, ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡ଼ାବିତ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

Similar Posts

  • |

    OSSSC ପରୀକ୍ଷାର ତଜର୍ମା କରୁଛନ୍ତି ସରକାର

    ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ପରୀକ୍ଷାର ପବିତ୍ରତା ସହ ସାଲିସ୍ ହୋଇଥିବା…

  • |

    ସମୀର ଦେ ଓଡିଶା ଫୁଟବଲ ସଂଘର ସଭାପତି

    ରବିବାର ଓଡିଶା ଫୁଟବଲ ସଂଘ ( FAO)ର ସାଧାରଣ ପରିଷଦ ବୈଠକ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓସିଏ (OCA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ ସଂଘର କର୍ମକର୍ତ୍ତାମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ନଥିବାରୁ ବୈଠକରେ ଔପଚରିକ ଭାବରେ ବିଭିନ୍ନ ପଦ ପଦବୀ ପାଇଁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଥିଲା। ରାଧାରମଣ ସଂଘକୁ ପ୍ରତିନିଧିତ୍ଵ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପିର…

  • | |

    ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି

    ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ ପ୍ରୟୋଗ…

  • | |

    କାଲି ଖୋଲିବ ରତ୍ନଭଣ୍ଡାର !

    କାଲି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପିକୁ ସରକାର ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ,…

  • | |

    ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନା ଦର

    ରେକର୍ଡ କଲା ସୁନା ଦର। ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନାର ଦାମ। ଆଜି ସୁନାର ଦାମ ଆଉ ୨୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୭୮,୭୦୦ ଟଙ୍କାରେ ପହଞ୍ଚିଛି। ଏହା ସର୍ବକାଳୀନ ରେକର୍ଡ। ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ୧୦ ଗ୍ରାମ ପିଛା ୭୮,୪୫୦ ଟଙ୍କା ଥିଲା। ତେବେ ରୁପାର ଦାମ ଆଜି ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ୧ କେଜି ରୁପାର ଦାମ ୯୪,୨୦୦ ଟଙ୍କା ଥିଲା।…

  • | |

    କମାଲ କରିଦେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା

    ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି। ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ। କିନ୍ତୁ ଗ୍ରୁପ ବିରେ…