କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲର ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍ଘାଟିତ
ପଦ୍ମଶ୍ରୀ ରସ୍କିନ୍ ବଣ୍ଡ ନିଜ ବାର୍ତ୍ତାରେ ପୁସ୍ତକ ପାଠ ଉପରେ ଗୁରୁତ୍ୱାରୋପ କରି କହିଲେ, କେବଳ ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ । ପୁସ୍ତକ ପଠନ ପ୍ରତି ଶିଶୁମାନଙ୍କ ଆଗ୍ରହ ବଢ଼ାଇବା ଦିଗରେ ଏଭଳି ସାହିତ୍ୟ ମହୋତ୍ସବ ବେଶ ଗୁରୁତ୍ୱ ରହିଛି ବୋଲି ଶ୍ରୀ ବଣ୍ଡ କହିଥିଲେ ।


ଅନ୍ୟତମ ଅତିଥି ବିକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ନିଜ ବାର୍ତ୍ତାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛୋଟ ପିଲାଙ୍କ ପାଇଁ ଏଭଳି ସାହିତ୍ୟ ମହୋତ୍ସବ ଆୟୋଜନ କରିଥିବାରୁ ସେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍କୁଲ୍ର ଇଣ୍ଟରନ୍ୟାସ୍ନାଲ୍ କରିକୁଲମ ମୁଖ୍ୟ ମାର୍କ ଏଲ୍ କୋଲେମନ କହିଲେ, ଶିକ୍ଷା ଏକ ଯାତ୍ରା ଏବଂ ଏହା ଏକ ଲକ୍ଷ୍ୟ ନୁହେଁ । ପୁସ୍ତକ ପଠନ ଆମ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ କିଟ୍ ଓ କିସ୍ ସଭାପତି ଉଦ୍ଘାଟନ କରିଥିବା ବେଳେ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲ୍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଇଂରାଜୀ ପତ୍ରିକା କ୍ଲାଉଡ୍-୯ର ଉନ୍ମୋଚନ ହୋଇଥିଲା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଆଲୋଚନା, ଗଳ୍ପ କଥନ, ପ୍ରତିଭା କର୍ମଶାଳା ଆଦି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱର ବହୁ ବିଦ୍ୟାଳୟର ୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।