| |

ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକର ଖ୍ୟାତି ସମ୍ପନ୍ନ ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ରବିବାର ଆଲାଏନ୍‍ସ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତିବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ନିରନ୍ତର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିଆସୁଛି। ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କ ସହ ଗୋଆ ରାଜ୍ୟପାଳ ପି. ଏସ୍‍. ଶ୍ରୀଧରନ୍‍ ପିଲାଇନିତି ଆୟୋଗ ସଦସ୍ୟ ତଥା ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ କୁଳାଧିପତି ପଦ୍ମ ଭୂଷଣ ଡ. ବିଜୟ କୁମାର ସାରସ୍ୱତଭାରତୀୟ ଖେଳକୁଦ ସଂଘର ଉପସଭାପତି ପଦ୍ମଶ୍ରୀ ଅଞ୍ଜୁ ବବି ଜର୍ଜଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନ ପରିଷଦ ଅଧ୍ୟକ୍ଷ ବାସବରାଜ ଶିବଲଙ୍ଗାପ୍ପା ହେରାଟିକର୍ଣ୍ଣାଟକ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜଆଇଟି ଓ ବିଟି ବିଭାଗ ମନ୍ତ୍ରୀ ପ୍ରିୟାଙ୍କ ମଲ୍ଲିକାର୍ଜୁନ ଖଡ୍‍ଗେଏରୋନଟିକ ଡେଭେଲପମେଣ୍ଟ ଏଜେନ୍‍ସୀ ଗଭର୍ଣ୍ଣିଂ ବଡ଼ି ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଓ ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରେମାନନ୍ଦ ସେଟ୍ଟୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Similar Posts

Leave a Reply

Your email address will not be published. Required fields are marked *