Live Odisha Tv

ହସ୍ପିଟାଲରେ ହାସ୍ୟ ଅଭିନେତା ଟିକୁ ତଲସାନିଆ

ମୁମ୍ବାଇ : ଟେଲିଭିଜନ୍ ଏବଂ ବଲିଉଡ୍ ଦୁନିଆର ନାମୀଦାମୀ କଳାକାର ତଥା ବରିଷ୍ଠ ହାସ୍ୟ ଅଭିନେତା ଟିକୁ ତଲସାନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ହୃଦ ଘାତ ଆସିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି । ୭୦ ବର୍ଷୀୟ ଟିକୁ ତଲସାନିଆ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

୧୯୫୪ ମସିହାରେ ଟିକୁ ଜନ୍ମ ଗ୍ରହଣ କରିଥିଲେ । ୧୯୮୪ ପ୍ରଥମେ ଛୋଟ ପରଦାରେ ସେ ନଜର ଆସିଥିଲେ । ସେତେବେଳର ଜଣାଶୁଣା ଶୋ ୟେ ଜୋ ହେ ଜିନ୍ଦଗୀରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ଏହା ପରେ ୧୯୮୬ରେ ସେ ପ୍ରଥମ ଥର ଚଳଚ୍ଚିତ୍ର ଦୁନିଆକୁ ଆସିଥିଲେ । ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଚାରି ଦଶନ୍ଧିର ଲମ୍ବା ଅଭିନୟ କ୍ୟାରିଅରରେ ସେ ଅନେକ ଛୋଟ ବଡ଼ ଟିଭି ଶୋ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।   କିନ୍ତୁ ତାଙ୍କର କମେଡ଼ି ଚରିତ୍ର ଅଧିକ ପ୍ରଶଂସା କରିଛନ୍ତି ।

ଟିକୁ ‘ଏକ୍ ସେ ବଡ଼କର୍ ଏକ୍’, ‘ହୁକୁମ ମେରେ ଆକା’, ‘ଗୋଲମାଲ୍ ହେ ଭାଇ ସବ୍ ଗୋଲମାଲ୍ ହେ’, ‘ପ୍ରୀତମ ପ୍ୟାରେ ଅର୍ ୱୋ’ ଏବଂ ‘ସାଜନ ରେ ଝୁଟ୍ ମତ ବୋଲୋ’ ଟିଭି ଶୋରେ ଅଭିନୟ କରିଛନ୍ତି । ସେହିପରି ‘ଦିଲ୍ ହେ କି ମାନତା ନେହିଁ ‘, ‘ବୋଲ୍ ରାଧା ବୋଲ୍’, ‘ଅନ୍ଦାଜ୍ ଅପନା ଅପନା’, ‘ଇସ୍କ’, ‘ଦେବଦାସ୍’, ‘ପାର୍ଟନର୍’, ‘ଧମାଲ୍’, ‘ସ୍ପେଶାଲ୍ ୨୬’, ‘ସର୍କସ୍’ ଭଳି ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଛି । ଟିକୁ ତାଲସାନିଆ ଦୀପ୍ତି ତାଲସାନିଆଙ୍କୁ ବିବାହ କରିଥିଲେ । ତାଙ୍କ ପୁଅଙ୍କ ନାମ ରୋହନ ଏବଂ ଝିଅ ଶିଖା । ରୋହନ ଜଣେ ସଂଗୀତକାର ହୋଇଥିବାବେଳେ ଶିଖା ଜଣେ ଅଭିନେତ୍ରୀ ।

Digital Griot