| |

୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ:ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ପ୍ରଥମ ଦିନରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଉଭୟ ଗୃହରେ ଚର୍ଚ୍ଚା ହେବା ସହ ଲୋକସଭା ଏବଂ ରାଜ୍ୟସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ଏହି ଅଧିବେଶନ ଶେଷ ହେବ। ତେବେ ଚଳିତ ଥର ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସମ୍ଭବତଃ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିପାରେ। ତେବେ ଏହି ସମୟରେ ଦରଦାମ ବୃଦ୍ଧି, ଚାଷୀ ଆନ୍ଦୋଳନ, ଆଦାନୀ ପ୍ରସଙ୍ଗ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। କାରଣ ଗତ ଶୀତ ଅଧିବେଶନରେ ମଧ୍ୟ ଏହି ସବୁ ପ୍ରସଙ୍ଗ ନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

Similar Posts

Leave a Reply

Your email address will not be published. Required fields are marked *