| |

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ମଣିପୁର ରାଜନୀତି ସରଗରମ

ଇମ୍ଫାଲ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ରବିବାର ଇସ୍ତଫା ଦେବା ପରେ ସେଠାକାର ରାଜନୀତି ସରଗରମ ରହିଛି । ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ବିଜେପି ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର ଇମ୍ଫାଲରେ ପହଞ୍ଚିବାର ଦିନକ ପରେ ଏହା ଘଟିଛି। ଏଠାରେ ସେ ସୋମବାର ଏକ ହୋଟେଲରେ କିଛି ବିଜେପି ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ ବୋଲି ଦଳୀୟ ସୂତ୍ରରୁ  ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ବିତ ପାତ୍ର ଏନ୍. ବିରେନ୍ ସିଂହଙ୍କ ସହ ତିକ୍ତ ସମ୍ପର୍କ ପାଇଁ ଜଣାଶୁଣା ୩ ଜଣ ବିଧାୟକଙ୍କୁ ଭେଟିଥିଲେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ବିଜେପି ବିଧାୟକମାନେ ରାଜ୍ୟ କିମ୍ବା ଅନ୍ୟ ସ୍ଥାନରେ ଅଧିକ ବୈଠକ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସେପଟେ ରାଜଧାନୀର ସମ୍ବେଦନଶୀଳ ଅଂଚଳ, ବିଶେଷ କରି ସାନଜେନଥୋଙ୍ଗ, ସିଂଜାମେଇ, ମୋଇରାଙ୍ଗଖୋମ, ଖେସାମପାଟ ଓ କାଙ୍ଗଲା ଗେଟ୍ ଭଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ମେଘଚନ୍ଦ୍ର ଏନ୍ ବିରେନ ସିଂହଙ୍କ ଇସ୍ତଫାକୁ ସ୍ୱାଗତ କରିଥିଲେ ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସ୍ତାବକୁ ବିରୋଧ କରିଛନ୍ତି। ମେଘଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ନୂଆ ନେତା ଓ ନୂଆ ସରକାର ଚାହୁଁଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ର କୌଣସି ଯୋଜନାକୁ ଆମେ ବିରୋଧ କରୁଛୁ କାରଣ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶକୁ ସମ୍ମାନ ଦେବା ଉଚିତ।

Similar Posts

Leave a Reply

Your email address will not be published. Required fields are marked *