| |

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

ଭୁବନେଶ୍ୱର : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ମୁମ୍ବାଇଠାରେ ‘ସ୍ପୋର୍ଟଷ୍ଟାର’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟକୁ ସ୍ପୋର୍ଟଷ୍ଟାର ପକ୍ଷରୁ ୨୦୨୨ ପରେ ଦ୍ୱିତୀୟ ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ସ୍ପୋର୍ଟଷ୍ଟାରକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ଭାବରେ ମଧ୍ୟପ୍ରଦେଶ, କର୍ପୋରେଟ ଭାବରେ ରିଲିଆନ୍ସ ଓ ପବ୍ଲିକ ସେକ୍ଟର ୟୁନିଟ ଭାବରେ ରେଳବାଇ (ଆରଏସପିବି)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବିଶ୍ୱନାଥନ୍‍ ଆନନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତ୍‍କୋଚ୍‍ ଓ ପ୍ରାକ୍ତନ କ୍ରୀଡ଼ାବିତ୍‍ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ୨୦୦୪ ମସିହାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ଓ କିସ୍‍ କ୍ରୀଡ଼ାର ବିକାଶକ୍ରୀଡ଼ାବିତ୍‍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । କିଟ୍‍ ଓ କିସରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ଏପର୍ଯ୍ୟନ୍ତ ୨୩ ଜଣ ଅଲିମ୍ପିଆନ୍‍୩ଜଣ ପାରାଅଲିମ୍ପିଆନ୍‍୧୧ ଅର୍ଜୁନ ପୁରସ୍କାର ବିଜେତା ଓ ଜଣେ ଖେଳରତ୍ନ ପୁରସ୍କାର ବିଜେତା ସୃଷ୍ଟି ହୋଇପାରିଛନ୍ତି। ଏହା ସହ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊର୍ଦ୍ଧ୍ୱ ଆଞ୍ଚଳିକଜିଲ୍ଲାସ୍ତରୀୟରାଜ୍ୟସ୍ତରୀୟଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇ ପାରିଛନ୍ତି । କିଟ୍‍ ଓ କିସ୍‍ର ଏହି ସଫଳତା ସ୍ପୋର୍ଟଷ୍ଟାର ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏକ ଶିକ୍ଷାନୁଷ୍ଠାନ ଭାବରେ କିଟ୍ ଓ କିସ୍ ବର୍ଷ ବର୍ଷ ଧରି ଅନେକ କ୍ରୀଡ଼ା ପୁରସ୍କାର ଜିତିଆସିଛି । ୨୦୨୩ରେ କିଟ୍‍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ ପୁରସ୍କାର ବେଷ୍ଟ ସ୍ପୋର୍ଟସ ଫେସିଲିଟି’ ପୁରସ୍କାର ମିଳିଥିଲା । ଏହା ପୂର୍ବରୁ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରଏଫସିସିଆଇ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ୨୦୨୨ଦି ହିନ୍ଦୁ ଦ୍ୱାରା ସ୍ପୋର୍ଟଷ୍ଟାର ଆସେସ୍ ପୁରସ୍କାର ୨୦୨୨ ଏବଂ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସହନ ପାଇଁ ସର୍ବୋତ୍ତମ ଅବଦାନ ପାଇଁ ୨୦୧୯ରେ କିଟ୍‍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

Similar Posts

Leave a Reply

Your email address will not be published. Required fields are marked *