ଜୟଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀଲାଭ କରିଥିବା ଜୟ ଢୋଲକିଆଙ୍କୁ ରାଜ୍ୟ ବିଜେପି ପକ୍ଷରୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଜୟଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି ।

ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ବିଜୟ । ଜିଲ୍ଲା ସ୍ତରଠାରୁ ଆରମ୍ଭ କରି ଜାତୀୟ ସ୍ତରର କର୍ମକର୍ତ୍ତାଙ୍କର ଜୟ ହୋଇଛି । ସେହିପରି ନୂଆପଡ଼ାର ଦାୟିତ୍ୱ ନେଇଥିବା ସଭାପତି ମନମୋହନ ସାମଲଙ୍କର ବିଜୟ ହୋଇଛି । ଏଥିପାଇଁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ନୂଆପଡ଼ାର ବିକାଶର ବିଜୟ । ଆଗାମୀ ଦିନରେ ନୂଆପଡ଼ାରେ ଥିବା ଅନେକ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛି । ଏହା ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ବିରୋଧୀଙ୍କ କାମ ଏମିତି କହିବା । କିନ୍ତୁ ସେଥିରେ ତାଙ୍କୁ କିଛି ବି ଫରକ୍ ପଡ଼ିବ ନାହିଁ ବୋଲି କହିଛନ୍ତି ।

ଜୟ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଆଜି ପୁରୀ ଯିବେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବେ । ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟର ବୃହତ ବ୍ୟବଧାନ ସହିତ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇଛନ୍ତି । ଜୟ  ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ରେକର୍ଡ ଭୋଟ୍ ସହିତ ବିଜୟଲାଭ କରିଛନ୍ତି ଜୟ । ସେ ଐତିହାସିକ ବିଜୟ ଲାଭ କରିଛନ୍ତି । ଘାସିରାମ ୪୦ ହଜାର ୧୨୧ ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟରେ ରହିଥିବାବେଳେ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

Digital Griot