ଭୁବନେଶ୍ୱର : ପୁଡୁଚେରୀରେ ଅନୁଷ୍ଠିତ ୫୫ତମ ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଆଇଏସ୍ଟିଇ) ଜାତୀୟ ଅଧ୍ୟାପକ ସମ୍ମିଳନୀରେ କିଟ୍ ବିଶ୍ୱବିଦ୍ୟାଳୟକୁ ‘ବେଷ୍ଟ ଇମର୍ଜିଂ ୟୁନିଭରସିଟି’ (ଶ୍ରେଷ୍ଠ ଉଦୀୟମାନ ବିଶ୍ୱବିଦ୍ୟାଳୟ) ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ସମ୍ମାନଜନକ ସମ୍ମାନ ଭାରତର ସବୁଠାରୁ କ୍ରିୟାଶୀଳ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ କିଟ୍ ବିଶ୍ୱବିଦ୍ୟାଳୟର ନିରନ୍ତର ବୃଦ୍ଧିକୁ ସୂଚାଉଛି । ଦୀର୍ଘ ବର୍ଷ ଧରି କିଟ୍ ଶୈକ୍ଷିକ ଉତ୍କର୍ଷତା, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ସଂପ୍ରଦାୟ ସେବା ଓ ସ୍ଥାୟୀ ବିକାଶ ପ୍ରତି ଏହାର ପ୍ରତିବଦ୍ଧତା ପାଇଁ ପ୍ରଶଂସା ଅର୍ଜନ କରି ମୂଲ୍ୟବୋଧ ଓ ସାମାଜିକ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଇ ଆସିଛି ।
ବୈଷୟିକ ଶିକ୍ଷା ଓ ପ୍ରତିଷ୍ଠାନ ବିକାଶରେ କିଟ୍ର ଅବଦାନକୁ ସ୍ୱୀକୃତି କିଟ୍ ଓ କିସ୍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତ ଆଇଏସଟିଇକୁ ନିଜର କୃତଜ୍ଞତା ଜଣାଇଛନ୍ତି । ଏହା ସହ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାର ସହିତ ଏହି ସଫଳତାକୁ ସମ୍ଭବ କରିଥିବାରୁ ଶ୍ରୀ ସାମନ୍ତ କିଟ୍ର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।






