ସାହାଯ୍ୟ ହୋପ ଅଫ ଲାଇଫର ବାର୍ଷିକ ଉତ୍ସବ

ସାହାଯ୍ୟ ହୋପ ଅଫ ଲାଇଫର ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ବବିତା ଦାଶଙ୍କ ଅଧ୍ୟକ୍ଷତାରେ ନଖରା ସ୍ଥିତ ଲକ୍ଷେଶ୍ୱର କନଭେନସନ ଠାରେ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବାଳାଶ୍ରମର ଝିଅ ମାନେ ନୃତ୍ୟ ପରିବେଷଣ କରିଥିଲେ । ସମାଜସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସାହାଯ୍ୟ ହୋପ ଅଫ ଲାଇଫ୍ ବର୍ଷ ବର୍ଷ ଧରି ନିରନ୍ତର ଭାବେ ନିଜର କାର୍ଯ୍ୟ କରିଆସୁଛି । ସ୍ୱେଚ୍ଛାସେବୀ ବବିତା ଦାଶଙ୍କ ଅଧ୍ୟକ୍ଷତାରେ ଏହି ସଂସ୍ଥା ସମାଜର ଦରିଦ୍ର, ଅସହାୟ, ବେସାହାରା ଲୋକଙ୍କର ଯନ୍ତ୍ରଣାର ଉପସମ ପାଇଁ କାର୍ଯ୍ୟ କରୁଛି ।ଏହି ବାର୍ଷିକ ଉତ୍ସବ ଅବସରରେ ସମାଜ ସେବା କ୍ଷେତ୍ରରେ ଜଡିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଭୁବନେଶ୍ୱରର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ରାମଚନ୍ଦ୍ର ପାଣ୍ଡବ, ଜଳ ବିଭାଗର ଅବସର ପ୍ରାପ୍ତ ଶ୍ରୀଯୁକ୍ତ ଆର, ଏନ ସେନାପତି, ସଦସ୍ୟ ହେମନ୍ତ କୁମାର ଜେନା, ପ୍ରେମାନନ୍ଦ ସାହୁ, ବୁଲୁ ମହାରଣା, ପ୍ରଶାନ୍ତ କୁମାର ବେହେରା, ସଂଜୟ କୁମାର ମହାନ୍ତି, ଭଦ୍ରକରୁ ବିଶ୍ୱ ରଞ୍ଜନ ପାତ୍ର, କଟକରୁ ସୁଶାନ୍ତ କୁମାର ଜେନା, ପ୍ରଦୀପ୍ତ କୁମାର ଷଢଙ୍ଗୀ, ଜଗତସିଂହପୁରରୁ ନିହାର ରଞ୍ଜନ ମହାପାତ୍ର,ସାଇମନ ସାହୁ, କଟକରୁ ବ୍ରହ୍ମାନନ୍ଦ ଦାଶ, କାକଟପୁରରୁ ଚିନ୍ମୟ କୁମାର ଖୁଣ୍ଟିଆ, ଅଡସପୁରରୁ ଶ୍ରୀଯୁକ୍ତ ଭାଗିରଥି ସେନାପତି, ପୁରୀରୁ ସାଗର କୁମାର ସାହୁ, ଭୁବନେଶ୍ୱରରୁ କମଳାକାନ୍ତ ଭୂୟାଁ, ମନୋରଞ୍ଜନ ମହାନ୍ତି, କଟକରୁ ସୁଧାକର ବେହେରା, ରମାକାନ୍ତ ପଣ୍ଡା, ସୁରେନ୍ଦ୍ର କୁମାର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ଶ୍ରୀଯୁକ୍ତ ଗଣେଶ ମହାରଣା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସମାଜ ସେବୀ ପଦ୍ମଲୋଚନ ମହାନ୍ତି, ମୁଖ୍ୟ ଉପଦେଷ୍ଟା ଭାବେ ପ୍ରତାପ ସେନ ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ସର୍ବଭାରତୀୟ ଶିକ୍ଷା ସମାଜର ସଭାପତି ପ୍ରଫେସର ଯୁଧିଷ୍ଠିର ଖଟୁଆ, ଡାକ୍ତର ବିଶ୍ୱନାଥ ପଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏବଂ ପ୍ରଦୀପ୍ତ କୁମାର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‎ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Digital Griot