ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଆଜି ଜୟପୁର ରାଜଭବନ (ଲୋକ ଭବନ)ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ସମାଜର ବିକାଶ ଓ କଲ୍ୟାଣ ଦିଗରେ ଅଚ୍ୟୁତ ସାମନ୍ତଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଜଣାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ । ଅଚ୍ୟୁତ ସାମନ୍ତଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଜାଣିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା ।

ଏମ୍‌ଜିଏସ୍‌ୟୁ କୁଳାଧିପତି ତଥା ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱାବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତକୁଳସଚିବ ପ୍ରଫେସର ଯଶପାଲ ଆହୁଜାଙ୍କ ସମେତ ରଜ୍ୟର ବହୁ ମନ୍ତ୍ରୀବିଧାୟକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କିଶୋର ରହାଟକରଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା ।

ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ରାଜସ୍ଥାନର ଅନ୍ୟତମ ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସୁପରିଚିତ । ଓଡ଼ିଶାରୁ ଆଣି ରାଜସ୍ଥାନ ରାଜଭବନରେ ସ୍ୱତନ୍ତ୍ର ସମାବର୍ତ୍ତନ ଆୟୋଜନ କରି ସମ୍ମାନୀତ କରିବା ସହ ଓଡ଼ିଶା ଓ ଅଚ୍ୟୁତଙ୍କ କାର୍ଯ୍ୟର ପ୍ରଶଂସା କରାଯାଇଥିବାରୁ ଶ୍ରୀ ସାମନ୍ତ ରାଜ୍ୟପାଳ ଶ୍ରୀ ବାଗଡେ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସ୍ମୃତି ମୋ ହୃଦୟରେ ସବୁଦିନ ସାଇତା ହୋଇ ରହିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । ଅଗଷ୍ଟ ୨ରେ ଦିବଙ୍ଗତ ମା ନୀଳିମାରାଣୀଙ୍କ ୧୦ମ ଶ୍ରାଦ୍ଧଦିବସ ପାଳନ ହେଉଥିବା ବେଳେ ମାଆଙ୍କ ସମ୍ମାନାର୍ଥେ ଶ୍ରୀ ସାମନ୍ତ ଏହି ସମ୍ମାନକୁ ମାଆଙ୍କୁ ଉତ୍ସର୍ଗ କରିଛନ୍ତି ।

Digital Griot