
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ବାର୍ଷିକ ଦିବସ
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୯ତମ ବାର୍ଷିକ ଉତ୍ସବ “ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳାକୁ ପ୍ରଶଂସା କରି କହିଲେ, ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ହେଉଛି ପ୍ରକୃତ ଶିକ୍ଷା। ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ସର୍ଜନାତ୍ମକ ଓ ଚରିତ୍ରଗଠନକୁ ପ୍ରୋତ୍ସାହିତ କରିବା










