ଦେଶ ବିଦେଶ

ତାଜା ଖବର

କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ୨୦୨୫

ଭୁବନେଶ୍ୱର : କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୫ ଟାଇଟଲ୍ ହାସଲ୍ କରିଛନ୍ତି। କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୫ର ଫାଇନାଲ୍ ତଥା ମେଗା ରାଉଣ୍ଡ ମଙ୍ଗଳବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସମୃଦ୍ଧି ନହ୍ନିପରୀ ମୁକୁଟ ସହ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି ।

Read More »
ଅପରାଧ

ଯୁବରାଜ ସିଂହଙ୍କର ସମ୍ପତ୍ତି ଜବତ

ବେଆଇନ ବେଟିଂ ଆପ୍ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଡ଼ ବଡ଼ ଫିଲ୍ମ ଷ୍ଟାର ଏବଂ ପୂର୍ବତନ କ୍ରିକେଟରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଯେଉଁମାନଙ୍କର ସମ୍ପତ୍ତି ଜବତ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୱତେଲା, ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ରବିନ ଉଥପ୍ପା, ଅଙ୍କୁଶ ହଜାରା ଏବଂ ନେହା ଶର୍ମା। ଏମାନଙ୍କ ନାମ ବେଆଇନ ବେଟିଂ ଆପ୍ ପ୍ରଚାରରେ ଜଡିତ ରହିଛି।

Read More »
ତାଜା ଖବର

ଲୋକସଭା ଶୀତକାଳୀନ ଅଧିବେଶନ ସ୍ଥଗିତ 

ସଂସଦର ଶୀତକାଳୀନ ଅଧିବେଶନ ଆଜି, ଶୁକ୍ରବାର, ଡିସେମ୍ବର ୧୯ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ। ରାଜ୍ୟସଭା ଏବଂ ଲୋକସଭା ଉଭୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଅଧିବେଶନ ୨୦୨୬ରେ ବଜେଟ ଅଧିବେଶନ ସହିତ ଆରମ୍ଭ ହେବ। ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ, ରାଜ୍ୟସଭା ଏବଂ ଲୋକସଭା ଉଭୟରେ ଆଲୋଚନା ଜୋରଦାର ହୋଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ୧୮ତମ ଲୋକସଭାର ଶୀତକାଳୀନ ଅଧିବେଶନ ସମାପ୍ତ ହୋଇଥିବା ଘୋଷଣା କରି ଏହାକୁ ସଫଳ ବୋଲି

Read More »
ଅପରାଧ

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ସଂପ୍ରତି ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ । ପୁଣି ଥରେ ଏହି ପଡୋଶୀ ଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ବର୍ଣ୍ଣବୈଷମ ଅଭିଯୋଗରେ  ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

Read More »
କ୍ରୀଡା

ଟି-୨୦ ବିଶ୍ୱକପ୍ ପାଇଁ ହେବ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ଟି-୨୦ ବିଶ୍ୱକପ୍ ୨୦୨୬ । ବିଶ୍ୱକପ୍ ପାଇଁ ଭାରତୀୟ ଦଳ କେବେ ଘୋଷଣା କରାଯିବ ତାକୁ ନେଇ ଆସିଛି ବଡ ଅପଡେଟ୍ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଯେ, ଟି-୨୦ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡିସେମ୍ବର ୨୦ ତାରିଖରେ ଦଳ ଘୋଷଣା କରାଯିବ । ଅପରାହ୍ନ ୧ଟା ୩୦ର ଏହା

Read More »
କ୍ରୀଡା

ଦକ୍ଷିଣ ଆଫ୍ରିକାକୁ 232 ରନର ବିଜୟ ଟାର୍ଗେଟ

ଭାରତର ବିସ୍ଫୋରକ ବ୍ୟାଟିଂ ରେ ଘାଇଲା ହେଲା ଦକ୍ଷିଣ ଆଫ୍ରିକା । ହାର୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମାଙ୍କ ଜବରଦସ୍ତ ଯୋଡି ମାତ୍ର 43 ବଲ ରେ 105 ରନ ଭାରତ ପାଇଁ ଆଣି ଦେଇଥିଲେ । ହାର୍ଦିକ ବ୍ୟକ୍ତିଗତ ଭାବେ ମାତ୍ର 25 ବଲ ଖେଳି ବିସ୍ଫୋରକ 63 ରନ କରିଥିବାବେଳେ ତିଳକ ବର୍ମା ବ୍ୟକ୍ତିଗତ ସ୍କୋର 42 ବଲରେ 73 ରନ କରିଥିଲେ । ଦୁବେ ଶେଷରେ ଆସି ମାତ୍ର 3 ବଲ ରେ

Read More »
କ୍ରୀଡା

କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

ଭୁବନେଶ୍ୱର : ଓଡ଼ିଶାରେ କିଟ୍‍ ଓ କିସ୍‍ ସହଯୋଗରେ ୨୦୨୬ରୁ ଲଗାତାର ୩ବର୍ଷ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ସଭାପତି ଫାବିଓ ଆଜେଭେଦୋ  ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କିଟ୍‍ ଓ କିସ୍‍ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶ ପାଇଁ ଆସନ୍ତା ୨୦୨୬, ୨୦୨୭ ଓ ୨୦୨୮ ବର୍ଷରେ କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ

Read More »
କ୍ରୀଡା

କିଟକୁ ମର୍ଯ୍ୟାଦାଜନକ ସିଆଇଆଇ ପୁରସ୍କାର

ଭୁବନେଶ୍ୱର : ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ବର୍ଷର ଶ୍ରେଷ୍ଠ ସ୍ପୋର୍ଟ୍ସ ଷ୍ଟାଡିୟମ୍‌/ଏରେନା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ  ତୃତୀୟ ସିଆଇଆଇ ସ୍ପୋର୍ଟ୍ସ ବିଜନେସ୍ ଆୱାର୍ଡସ୍ ୨୦୨୫ରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶରେ କିଟ୍‍ର ଉଲ୍ଲେଖନୀୟ ଅବଦାନ ଏବଂ ଭାରତରେ କ୍ରୀଡା ଉତ୍କଷର୍ତାକୁ ପ୍ରୋତ୍ସାହିତ କରିବା ଦିଗରେ କିଟ୍‍ର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରେ।୧୦ମ ସିଆଇଆଇ ସ୍କୋରକାର୍ଡ ୨୦୨୫ ସମାପ୍ତ ହୋଇଥିବା

Read More »
ଦେଶ ବିଦେଶ

କିଟକୁ ‘ବେଷ୍ଟ ଇମର୍ଜିଂ ୟୁନିଭର୍‍ସିଟି’ ପୁରସ୍କାର

ଭୁବନେଶ୍ୱର : ପୁଡୁଚେରୀରେ ଅନୁଷ୍ଠିତ ୫୫ତମ ଇଣ୍ଡିଆନ୍ ସୋସାଇଟି ଫର୍‍ ଟେକ୍ନିକାଲ୍ ଏଜୁକେସନ୍ (ଆଇଏସ୍‍ଟିଇ) ଜାତୀୟ ଅଧ୍ୟାପକ ସମ୍ମିଳନୀରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ବେଷ୍ଟ ଇମର୍ଜିଂ ୟୁନିଭରସିଟି’ (ଶ୍ରେଷ୍ଠ ଉଦୀୟମାନ ବିଶ୍ୱବିଦ୍ୟାଳୟ) ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ସମ୍ମାନ ଭାରତର ସବୁଠାରୁ କ୍ରିୟାଶୀଳ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ କିଟ୍‍ ବିଶ୍ୱବିଦ୍ୟାଳୟର ନିରନ୍ତର ବୃଦ୍ଧିକୁ ସୂଚାଉଛି ।  ଦୀର୍ଘ ବର୍ଷ ଧରି କିଟ୍‍ ଶୈକ୍ଷିକ ଉତ୍କର୍ଷତା, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ସଂପ୍ରଦାୟ ସେବା ଓ ସ୍ଥାୟୀ ବିକାଶ ପ୍ରତି

Read More »
ଦେଶ ବିଦେଶ

ଡ. ଅଚ୍ୟୁତ ସାମନ୍ତଙ୍କ ‘ମୋ ମା ମୋ ପ୍ରେରଣା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଶିକ୍ଷାବିତ୍‍ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ସଦ୍ୟତମ ପୁସ୍ତକ ‘ମୋ ମାଆ ମୋ ପ୍ରେରଣା’ ସୋମବାର ଉନ୍ମୋଚିତ ହୋଇଯାଇଛି ।  ଓଡ଼ିଶାର ପୂବର୍ତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଡ. ସାମନ୍ତଙ୍କ ଅନ୍ୟ ପାଞ୍ଚଟି ପୁସ୍ତକ ମଧ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରଫେସର ଗଣେଶୀ ଲାଲ୍‍ ତାଙ୍କ ଭାଷଣରେ ଉପସ୍ଥିତ ସାହିତ୍ୟିକମାନଙ୍କୁ ଓଡ଼ିଶାରେ ତାଙ୍କର ପୂର୍ବ ସମୟ

Read More »