Live Odisha Tv

ବ୍ୟକ୍ତିତ୍ଵ

କ୍ରୀଡା

୪୨୦ ୱିକେଟ ସହ ଅଶ୍ୱିନଙ୍କ ନୂଆ ରେକର୍ଡ

ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗୋଟିଏ ୱିକେଟ ନେଇଥିଲେ ହେଁ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏବେ ଏସିଆ ମହାଦେଶରେ ସର୍ବାଧିକ ୱିକେଟ ଦଖଲ କରିଥିବା ଭାରତୀୟ ହୋଇଯାଇଛନ୍ତି। ଶୁକ୍ରବାର ସେ କାନପୁରରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ୪୨୦ ୱିକେଟ ଦଖଲ କରିବା ପରେ

Read More »
ତାଜା ଖବର

ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ବୁଧବାର ଗୁଆହାଟିସ୍ଥିତ ଆସାମ ଡାଉନ୍‍ ଟାଉନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି  ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓ ସମ୍ମାନୀୟ ଅତିଥି ଆସାମ ଜନସ୍ୱାସ୍ଥ୍ୟ, ନିଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିଭାଗ ମନ୍ତ୍ରୀ ଜୟନ୍ତ ବରୁଆ ପ୍ରମୁଖଙ୍କ

Read More »
ତାଜା ଖବର

ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର : ଆମେରିକାର ଅନ୍ୟତମ ଖ୍ୟାତି ସମ୍ପନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟରେ ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଖୁବ୍‍ ଶୀଘ୍ର ଏକ ଗବେଷଣା କେନ୍ଦ୍ର ଖୋଲାଯିବ । ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍‍ ଅଫ୍‍ ଦି କ୍ୟୁନି କ୍ରେଷ୍ଟ ଇନ୍‍ଷ୍ଟିଚ୍ୟୁଟ୍‍ (ଏଏସ୍‍ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଆଜି କିଟରେ ଏ ନେଇ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ

Read More »
ତାଜା ଖବର

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024 ପର୍ଯ୍ୟନ୍ତ ସମ୍ପତ୍ତି ହିସାବ କରି ତାଲିକା ପ୍ରକାଶ କରିଛି। ଆଦାନୀ ପ୍ରଥମରେ ଏବଂ ଅମ୍ବାନି ଦ୍ୱିତୀୟରେ ଥିବାବେଳେ ଗତ ବର୍ଷ ମଧ୍ୟରେ ଭାରତରେ ପ୍ରତି ପାଞ୍ଚ ଦିନରେ

Read More »
କ୍ରୀଡା

ସନ୍ନ୍ୟାସ ନେଲେ ଟିମ ଇଣ୍ଡିଆର ଗବ୍ବର୍‌

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ୧୪ ବର୍ଷର କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଛେଦ। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା

Read More »
ଦେଶ ବିଦେଶ

ଗିନି ସିଏନ୍‍ଟି ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗିନି ନ୍ୟାସ୍‍ନାଲ୍‍ କାଉନ୍‍ସିଲ୍‍ ଟ୍ରାନଜିସନ୍‍ (ସିଏନ୍‍ଟି) ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ଘୋଷଣା କରାଯାଇଛି । ଗିନିର ସିଏନ୍‍ଟି କ୍ୟାବିନେଟ୍‍ରେ ଏନେଇ ପ୍ରସ୍ତାବ ମଞ୍ଜୁର ହେବା ପରେ ଏହା ଘୋଷଣା କରାଯାଇଛି । ଚଳିତବର୍ଷ ଜାନୁୟାରୀ ସିଏନ୍‍ଟିର ପ୍ରେସିଡେଣ୍ଟ ଡ. ଦନଶା କୋରୋମା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଏଠାରେ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ଦେଖି ବେଶ ବିମୋହିତ ହୋଇଥିଲେ । ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ଦକ୍ଷତା,

Read More »
ତାଜା ଖବର

ଖୁରାନିଆ ହେବେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି

୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବେ । ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର କାର୍ମିକ

Read More »
ତାଜା ଖବର

ପୂଣ୍ୟତିଥିରେ ଭାରତରତ୍ନ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ପୂଣ୍ୟତିଥି। ଏହି ଅବସରରେ ଭାରତୀୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭାରତବାସୀ ତାଙ୍କୁ ମନେ ପକାଉଛନ୍ତି। କଲାମଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କଲାମଙ୍କ ଗୁଣଗାନ କରାଯାଉଛି। ସ୍ବର୍ଗତଃ କଲାମ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦଶାର ସାମ୍ନା କରିଥିଲେ। ତଥାପି ସେ ନିଜ ଲକ୍ଷ୍ୟ ସ୍ଥଳରୁ ଓହରିନଥିଲେ। ସେ ତାଙ୍କ ଜୀବନ କାଳରେ ବହୁ ପୁସ୍ତକ ଲେଖିଥିଲେ।

Read More »
କ୍ରୀଡା

ପୁଣି ଥରେ ଆଇଓସିର ସଦସ୍ୟ ହେଲେ ନୀତା ଅମ୍ବାନୀ

ମୁମ୍ବାଇ:  ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଭରସା କରିଛି। ସର୍ବସମ୍ମତି କ୍ରମେ ସେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଅର୍ଥାତ୍ ୧୦୦ ପ୍ରତିଶତ ତାଙ୍କୁ ମିଳିଛି । ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ

Read More »
ଦେଶ ବିଦେଶ

ଜାପାନ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ପ୍ରଥମ ଭାରତୀୟ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‍ନାଭିସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ପାଇବାରେ ଶ୍ରୀ ସାମନ୍ତ ହେଉଛନ୍ତି

Read More »