ରାଜନୀତି

ତାଜା ଖବର

୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା

Read More »
ତାଜା ଖବର

ଅନ୍ତିମ ଯାତ୍ରାରେ ସମୀର ଦେ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଇହଲୀଳା ସମ୍ବରଣ କରିଛନ୍ତି । କଟକର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ନଭେମ୍ବର ୧ ତାରିଖରେ ସମୀର ଦେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ସେ ପ୍ରାଣ

Read More »
ତାଜା ଖବର

ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧.୧୦କୋଟି ଟଙ୍କା ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ(ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି) ଅଧୀନରେ ୫ହଜାର କୋଟି

Read More »
ତାଜା ଖବର

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ମିନତୀଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କାହିଁକି ପଦଚ୍ୟୁତ କରାନଯିବ, ସେନେଇ ଜାରି ହୋଇଥିଲା ନୋଟିସ୍। ହେଲେ ମୀନତିଙ୍କ ଜବାବ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇଛି ବିଭାଗ। ଅକ୍ଟୋବର ୨୦୨୨ରୁ ମହିଳା କମିଶନ ଅଧ୍ୟକ୍ଷା ଥିଲେ ମୀନତି ବେହେରା। ଏହି ସମୟରେ ମହିଳା କମିଶନଙ୍କ ପ୍ରଦର୍ଶନ

Read More »
ତାଜା ଖବର

ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ସଚିବଙ୍କ ଚେତାବନୀ

ଏଣିକି ଆଉ ଚଳିବନି ବଦଳି ଏବଂ ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କ ହାକିମାତି। ଟ୍ରାନ୍ସଫର ପାଇଁ ଚାପ ପକାଇଲେ ହେବ କଡ଼ା ଆକ୍ସନ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ। ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ

Read More »