Live Odisha Tv

July 16, 2024

ଅପରାଧ

ଷ୍ଟିଙ୍ଗ୍ ଅପରେସନ୍ ଅପରାଧ ନୁହେଁ : କୋର୍ଟ

ଥିରୁଭନନ୍ତପୁରମ୍ : ସୌର ସ୍କାମ ସହ ଜଡିତ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ମିଡିଆ ବିରୋଧରେ ମକଦ୍ଦମା ଦାଏର କରାଯାଇ ପାରିବ ନାହିଁ । ରାୟରେ କେରଳ ହାଇକୋର୍ଟ ଷ୍ଟିଙ୍ଗ୍ ଅପରେସନ୍ କରିଥିବା ଦୁଇଜଣ ଟିଭି ସାମ୍ବାଦିକ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିଦେଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ମିଡିଆ ରହିବା

Read More »
ଅପରାଧ

ନିଟ୍ ପେପର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବିହାରର ପାଟନାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଟ୍ରଙ୍କରୁ ନିଟ୍ ପେପର ଚୋରି କରିଥିବା ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି। ଅଭିଯୁକ୍ତର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଧରାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ କୁମାର ଓ ରାଜୁ ସିଂ। ମିଳିଥିବା ସୂଚନା ଅନୁଯାୟୀ ପଙ୍କଜ କୁମାର ଓରଫ ଆଦିତ୍ୟ ଯେଉଁ ଟ୍ରଙ୍କରେ ପ୍ରଶ୍ନପତ୍ର ଯାଉଥିଲା ସେଥିରୁ ପ୍ରଶ୍ନପତ୍ର ଚୋରି କରି ବଣ୍ଟନ କରିଥିଲା। ପଙ୍କଜ କୁମାର ଜାମସେଦପୁରର

Read More »
ଦେଶ ବିଦେଶ

ଋଣ ସୁଧ ବୃଦ୍ଧି କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅବଧିର ଋଣ ଉପରେ ଏହା ଲାଗୁ ହୋଇଛି। ନୂତନ ସୁଧ ହାର ଜୁଲାଇ ୧୫ରୁ ଲାଗୁ କରାଯାଇଛି। ଏହା ଦ୍ବାରା ଗାଡ଼ି ଓ ଘର କିଣିବା ଲାଗି ଋଣ ନେଉଥିବା ଗ୍ରାହକମାନେ ପ୍ରଭାବିତ ହେବେ। ଜୁନ୍ ମାସରେ ମଧ୍ୟ ବ୍ୟାଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଅବଧିର ଋଣରେ ୦.୧୦ ପ୍ରତିଶତ

Read More »
ଜୀବନଚର୍ଯ୍ୟା

ସାମନାକୁ ଆସିଲା ମଧୁମେହର ନୂଆ ଲକ୍ଷଣ

କେବେ କେବେ ମଧୁମେହ ବା ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି, ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ । ଦିନକୁ ଦିନ ଆମ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Read More »
ତାଜା ଖବର

ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତା’ପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଗତକାଲି ସୁରୁଖୁରୁରେ ମହାବାହୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ-ନାରାୟଣ ଭେଟ

Read More »
ଅପରାଧ

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ଶହୀଦ

ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଧିକାରୀ ଓ ୩ ଯବାନ ଅଛନ୍ତି। ଆଉ ଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି

Read More »