
ତାଜା ଖବର
କିଟ୍ ବିଦେଶୀ ଛାତ୍ରଛାତ୍ରୀଙ୍କ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କର ଏକ ପସନ୍ଦଯୋଗ୍ୟ ହବ୍ ରେ ପରିଣତ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ନିକଟରେ ନିତି ଆୟୋଗର ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗର ରିପୋର୍ଟ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ ପାଇଁ ଆସିଛନ୍ତି। ନିତି ଆୟୋଗ ରିପୋର୍ଟରେ ଭାରତର କେଉଁ ରାଜ୍ୟରେ କେତେ ପିଲା ପଢୁଥିଲେ

