
ଦେଶ ବିଦେଶ
ରୋମାନିଆ ଯିବେ କିସ୍ର ୧୦ ଛାତ୍ରୀଛାତ୍ରୀ
ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍ସପିଅରଙ୍କ ନାଟକ । ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍ର ଛାତ୍ରଛାତ୍ରୀ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିରେ ସାମିଲ ହୋଇଛନ୍ତି କିସ୍ର ୧୦ଜଣ ପିଏଚ୍ଡି, ସ୍ନାତକ, ସ୍ନାତକୋତ୍ତର ଓ ବିବିଏ ପଢ଼ୁଥିବା ଛାତ୍ରଛାତ୍ରୀ । ଆସନ୍ତା ମେ ମାସରେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସେକ୍ସପିଅର ମହୋତ୍ସବରେ ଏହି ଛାତ୍ରଛାତ୍ରୀମାନେ ଯୋଗଦେଇ ସେକ୍ସପିଅରଙ୍କ ନାଟକକୁ ଜନଜାତି ଭାଷାରେ ପରିବେଷଣ କରିବେ

