
ବିଶ୍ୱର ୪ଜଣ ବ୍ୟକ୍ତିଙ୍କୁ କିଟ୍ ଜୀବନବ୍ୟାପୀ ସାଧନା ପୁରସ୍କାର
ଭୁବନେଶ୍ୱର : ସୋମବାର କିଟ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲମ୍ବିଆ ହସପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର; କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ କିରିଣ୍ଡେ ଆସାଜି ନାୟକ ଥେରୋ; ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ କେ.ଏନ୍. ଶାନ୍ତ କୁମାର; ଏବଂ ତିବତୀୟ ବୌଦ୍ଧ ଧର୍ମର ଗୁରୁ ତଥା ସ୍ୱିଜରଲ୍ୟାଣ୍ଡର ରିପା ଇଣ୍ଟରନ୍ୟାସନାଲ୍ ସେଣ୍ଟରର


