
ମାଟ୍ରିକ୍ ପରୀକ୍ଷାରେ କିସ୍ର ଶତ ପ୍ରତିଶତ ସଫଳତା
ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୫.୩୩% ରହିଥିବା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର ୧୯ବର୍ଷ ଧରି ଏହାର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ଚଳିତ ବର୍ଷ ସ୍କୁଲ୍ର ମୋଟ ୨୦୩୧ ଛାତ୍ରଛାତ୍ରୀ ମାଟ୍ରିକ୍


