
ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁର ଆବେଦନ
ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ