
ତାଜା ଖବର
୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍
ଭୁବନେଶ୍ୱର : ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମସ)ରେ ଗ୍ଲୋବାଲ୍ ହେଲଥ୍କେୟାର ସମିଟ୍ ୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ଓ ଆମେରିକାର ବହୁ ପ୍ରଖ୍ୟାତ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନବସର୍ଜନାକାରୀମାନେ ଏକତ୍ରିତ ହେବେ। ଏ ନେଇ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ର ଅଧ୍ୟକ୍ଷ ତଥା ଏଏପିଆଇ ସଭାପତି ଡା ଅମିତ ଚକ୍ରବର୍ତ୍ତୀ

