ଦେଶ ବିଦେଶ
ଟାଇମ୍ସ ହାୟର ଏଜୁକେସନ୍ ‘ଇମ୍ପାକ୍ଟ’ ରାଙ୍କିଙ୍ଗରେ କିଟ୍ ଭାରତରେ ଏକ ନମ୍ବର
ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍ସ ହାୟର ଏଜୁକେସନ୍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟସବୁ ଶିକ୍ଷାଦାନ ଓ ଗବେଷଣା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେସନ୍ ପ୍ରତିବର୍ଷ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ କରିଥାଏ। ଜାତିସଂଘର