ଅପରାଧ
ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ବଳପୂର୍ବକ ଇସ୍ତଫା
ନୂଆଦିଲ୍ଲୀ: ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ମାମଲା କ୍ରମାଗତ ବଢିବାରେ ଲାଗିଛି । ସଦ୍ୟତମ ଘଟଣାକ୍ରମେ ସେଠାରେ ପିଲାଙ୍କୁ ପାଠ ପଢାଉଥିବା ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ସେମାନଙ୍କଠୁ ବଳପୂର୍ବକ ଇସ୍ତଫା ନିଆଯାଉଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ପଡୋଶୀ ଦେଶରେ ଏ ପର୍ଯ୍ୟନ୍ତ ଅତି କମରେ ୫୦ ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି । ବାଂଲାଦେଶର ବରିଶପାଲର ବେକରଗଞ୍ଜ