
ରାଜ୍ୟ
କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ପ୍ରଫେସର ଡ ରାମକୃଷ୍ଣ ପଣ୍ଡା ଭୁବନେଶ୍ୱରର କିମସର ଶରୀର ବିଜ୍ଞାନ ବିଭାଗକୁ ତାଙ୍କ ଶରୀର ଦାନ କରିଛନ୍ତି। ୨୮ ତାରିଖରେ ଡ ପଣ୍ଡାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ଶରୀରକୁ କିମସକୁ ଦାନ କରିଥିଲେ। ଜ୍ଞାନ ଓ ମାନବତା ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ଏକ ଗଭୀର ପ୍ରେରଣାଦାୟକ ଓ ନିଃସ୍ୱାର୍ଥପର କାର୍ଯ୍ୟରେ ଡ ରାମକୃଷ୍ଣ ପଣ୍ଡା ଏଭଳି ମହତ କାର୍ଯ୍ୟ କରିଛନ୍ତି। ଏହା ମାଧ୍ୟମରେ ସେ ପାଣ୍ଡିତ୍ୟ, ନମ୍ରତା ଓ ଜ୍ଞାନ ପ୍ରତି ସମର୍ପଣର ଏକ ସମୃଦ୍ଧ ଐତିହ୍ୟ ଛାଡି ଯାଇଛନ୍ତି ଥିଲେ। ମୃତ୍ୟୁ ପରେ ମଧ୍ୟ ସମାଜରେ ଅବଦାନ ରଖିବାର ତାଙ୍କର ଇଚ୍ଛା

