
ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍
ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ଯୋଜନାକୁ ସାକାର