Live Odisha Tv

odisha

ଦେଶ ବିଦେଶ

କିଟ୍‍ ରେ ପଢ଼ୁଥିବା କିସ୍‍ର ୧ଶହ ଛାତ୍ରଛାତ୍ରୀ ପାଇଲେ କ୍ୟାମ୍ପସ ପ୍ଲେସମେଣ୍ଟ

ଭୁବନେଶ୍ୱର : କିଟ୍‍ ରେ  ପଢ଼ୁଥିବା କିସ୍‍ର ୧ଶହ ଛାତ୍ରଛାତ୍ରୀ ଇତି ମଧ୍ୟରେ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଛନ୍ତି। କିଟ୍‍ ରେ  ଆଇଟିଆଇ, ପଲିଟେକ୍‍ନିକ୍‍, ବିଟେକ୍‍, ରୁରାଲ ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ ପାଠ ପଢ଼ୁଥିବା କିସ୍‍ର ଏହି ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇବାରେ ସଫଳ ହୋଇଛନ୍ତି। ଏହି ପିଲାଙ୍କ ମଧ୍ୟରୁ କିସ୍‍ର ଶକୁନ୍ତଳା ସୋରେନ୍‍ ଜିଇ ହେଲ୍‍ଥକେୟାର କମ୍ପାନୀରେ ସର୍ବାଧିକ ୯.୫ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଛନ୍ତି। ଏଥିରେ କିସ୍‍ ଛାତ୍ରଛାତ୍ରୀମାନେ ସର୍ବନିମ୍ନ ୪ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ପତ୍ର ପାଇଛନ୍ତି।

Read More »
ଦେଶ ବିଦେଶ

ଜେଇଇ ମେନରେ କିସର ୧୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିସର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଛାତ୍ରୀ ଥିବା ବେଳେ ୫ଜଣ ଛାତ୍ର ରହିଛନ୍ତି । ଏମାନେ ଜେଇଇ ଆଡଭାନସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଝାଡ଼ଖଣ୍ଡରୁ ଆସି କିସ୍‌ରେ ପାଠ ପଢ଼ି ଜେଇଇରେ ସଫଳତା ହାସଲ କରିପାରିଛନ୍ତି । ଏହି

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫

ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫  ପ୍ରଦାନ କରାଯାଇଛି। ଆଜି ଆସାମର କୋକ୍ରାଝରଠାରେ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ସମାଜ ପ୍ରତି ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆସାମରେ ‘ମେଚ ଗାନ୍ଧୀ’ ଭାବେ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ଜୀବନଚର୍ଯ୍ୟା

KIMSରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS) ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳନ କରିଛି। ଏଥିରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ (MCH) ଯତ୍ନ ଏବଂ ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତା, ସେମିନାର ପରିଚାଳନା ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଭିଡିଓଟି MCH ବିଷୟରେ

Read More »
ଦେଶ ବିଦେଶ

କିଟ୍‍ ଓ ସିଲନ୍‍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ଓ ଶ୍ରୀଲଙ୍କାର ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏହାର ଅଧ୍ୟକ୍ଷ ଏବଂ କେଲନିଆ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଜେନିଥା ଆବେଉଇକ୍ରେମା ଲିଆନାଗେ ଏଥିରେ ସ୍ୱାକ୍ଷର କରିଛନ୍ତି ।

Read More »
ଦେଶ ବିଦେଶ

କିଟ୍‍, କିସ୍‍ ପରିଦର୍ଶନରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର : ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍, କିସ୍‍ ପରିଦର୍ଶନ କରିଛନ୍ତି। ସେମାନେ କିଟ୍‍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଏହି ପ୍ରତିନିଧିମଣ୍ଡଳ ପ୍ରଥମ ଦିନରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ

Read More »
ଦେଶ ବିଦେଶ

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ନିଉଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନିଉଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ଗସ ଗିଲମୋର, ନିଉଜିଲାଣ୍ଡ ଟ୍ରେଡ୍‍ ଆଣ୍ଡ ଏଣ୍ଟରପ୍ରାଇଜ୍ର କନସୁଲ ଜେନେରାଓ ଓ ଟ୍ରେଡ୍‍ କମିଶନର ଗ୍ରାହମ ରାଉଜ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି

Read More »
ଦେଶ ବିଦେଶ

ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର ହୋଇଯାଇଛି । ଏହି ବୁଝାମଣାପତ୍ରରେ ତୁଲସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ୍‍ ଏନ୍‍ଗେଜମେଣ୍ଟର ଭାଇସ୍‍ ପ୍ରୋଭୋଷ୍ଟ ଡ. ଭିଭାନ୍‍ ୱାଙ୍ଗ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ କିଟରେ ବିଟେକ୍‍ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡୁଆଲ ଡିଗ୍ରୀ ହାସଲ କରିପାରିବେ। ସେମାନେ ଦୁଇ ବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ

Read More »
ମନୋରଞ୍ଜନ

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ କିସ୍‍ରେ ପାଳିତ ହୋଇଯାଇଛି। ଶୁକ୍ରବାର କିସ୍‍ ଦୂତୀଚାନ୍ଦ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ଓଲିଉଡ୍‍ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ ବିନୟ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ କିସ୍‍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଚିତ୍ରାଭିନେତାଙ୍କ ସହ ହୋଲି ପାଳିଥିଲେ। ପାରମ୍ପରିକ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ

Read More »