Live Odisha Tv

Union Govt

ତାଜା ଖବର

ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧.୧୦କୋଟି ଟଙ୍କା ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ(ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି) ଅଧୀନରେ ୫ହଜାର କୋଟି

Read More »
ତାଜା ଖବର

୧୦ ରାଜ୍ୟରେ ପ୍ରତିଷ୍ଠା ହେବ ଶିଳ୍ପ ସ୍ମାର୍ଟ ସହର

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏପରି ପଦକ୍ଷେପ ଯୋଗୁ ୧୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୦ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Read More »
ତାଜା ଖବର

ରାଜ୍ୟ-ରାଜ୍ୟପାଳ ବିବାଦ, କେନ୍ଦ୍ରକୁ ନୋଟିସ୍

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗ ହେଲା ଯେ, ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଛି। କିନ୍ତୁ ରାଜ୍ୟପାଳ ସେସବୁକୁ ଅନୁମୋଦନ ଦେଉନାହାନ୍ତି। ଫଳରେ ଏକାଧିକ ଜନ

Read More »