| |

କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର : ସଫଳତାର କୌଣସି ସର୍ଟକଟ୍‍ ନାହିଁ କି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଶ୍ରୀ ସିମେଣ୍ଟର ଅଧ୍ୟକ୍ଷ ହରି ମୋହନ ବାଙ୍ଗୁର ପ୍ରକାଶ କରିଛନ୍ତି। କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ପକ୍ଷରୁ ଶନିବାର ଆୟୋଜିତ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବାଙ୍ଗୁର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେଯେଉଁମାନେ ନିରନ୍ତର କଠୋର ପରିଶ୍ରମର ଅନୁଶାସନକୁ ଆପଣେଇ ଥାଆନ୍ତି ସେମାନେ ନିଶ୍ଚତ ଭାବେ ସେମାନଙ୍କ କ୍ୟାରିଅରରେ ସଫଳ ହୋଇଥାନ୍ତି। ଜୀବନର ଲକ୍ଷ୍ୟ ଓ ମୂଲ୍ୟବୋଧ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସହ ବିନମ୍ର ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ନିଜର ପ୍ରାସଙ୍ଗିକତା ପରଖିବା ପାଇଁ ସେ ଦୁଇ ଦଶକ ଧରି କ୍ୟାଟ୍‍ ପରୀକ୍ଷାରେ ବସିଆସୁଥିବା ନେଇ ନିଜର ଉଦାହରଣ ଦେଇ କହିଲେଜୀବନରେ ତୁମର ଉଦ୍ଦେଶ୍ୟଅନୁଶାସନବିନମ୍ରତା ଓ ସଚ୍ଚୋଟତା ତୁରନ୍ତ ନଜରକୁ ନ ଆସିଲେ ମଧ୍ୟ ଏସବୁ ତୁମକୁ ଆଗକୁ ନେଇ ଆଗେଇ ନେଇଥାଏ। ଏହି ଅବସରରେ ଶ୍ରୀ ବାଙ୍ଗୁର୍‍ ସମାବେଶି ଶିକ୍ଷା ସ୍ୱପ୍ନକୁ ଭାରତର ଦୁଇଟି ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍‍ ଓ କିସ୍‍ ରେ ସଫଳ କରିବା ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ। ଭାରତୀୟ ଅର୍ଥନୈତିକ ଯାତ୍ରା ଉପରେ ଆଲୋକପାତ କରି ସେ କହିଲେଆମ ଦେଶ ଏକ ଅଭାବଗ୍ରସ୍ତ ଅର୍ଥ ବ୍ୟବସ୍ଥାରୁ ବାହାରି ଏକ ସମୃଦ୍ଧ ଓ ସମ୍ଭାବନାପୂର୍ଣ୍ଣ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। କନକ୍ଲେଭର ବିଷୟବସ୍ତୁ ସ୍ଥାୟୀ ବାଣିଜ୍ୟିକ ବିବିଧତା: ପ୍ରଯୁକ୍ତିବିଦ୍ୟାସଚ୍ଚୋଟତା ଏବଂ ବ୍ରାଣ୍ଡର ଭବିଷ୍ୟତ ଉପରେ ଶ୍ରୀ ବାଙ୍ଗୁର କହିଲେଏବେ ଅଧିକ ବିକଳ୍ପ ଥିବାବେଳେ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ନବସର୍ଜନାଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ନିଜର ଉତ୍ପାଦଗୁଡ଼ିକ ସହ ସମ୍ମାନ ଓ ଗୌରବ ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହକୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିକିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର କୁମାର ମହାନ୍ତି ଏବଂ ଡ଼ିନ୍‍ ପ୍ରଫେସର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାର୍କେଟିଂ କନକ୍ଲେଭର ବିଷୟବସ୍ତୁ ଉପରେ ପ୍ୟାନେଲ୍‍ ଆଲୋଚନା ଓ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବହୁ ପ୍ରତିଷ୍ଠିତ କମ୍ପାନୀର ମାର୍କେଟିଂ ମୁଖ୍ୟମାନେ ଯୋଗଦେଇ ନିଜର ମତାମତ ରଖିଥିଲେ।

Similar Posts

  • |

    କିମ୍‌ସ ଡାକ୍ତର ଏସଏଫଇଏସର ସଦସ୍ୟ ମନୋନୀତ

    ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ସକ୍ରିୟ ଏଣ୍ଡୋକ୍ରାଇନ୍ ସଂସ୍ଥା ମଧ୍ୟରୁ ଗୋଟିଏ, ଯାହା ଭାରତ ସମେତ ଅନେକ ଏସୀୟ ଦେଶର ଏଣ୍ଡୋକ୍ରାଇନ୍ ସଂଘକୁ ନେଇ ଗଠିତ। ଏହି ସଂଘ ସହଯୋଗପୂର୍ଣ୍ଣ ଗବେଷଣା, ରୋଗୀ ସେବାକୁ ଆଗକୁ ବଢାଇବା, ଆଞ୍ଚଳିକ କ୍ଲିନିକାଲ୍ ନିର୍ଦ୍ଦେଶାବଳୀ ବିକଶିତ କରିବା ଏବଂ ଦକ୍ଷିଣ…

  • | |

    ଓଡ଼ିଶା ଅର୍ଥନୈତିକ ସଂଘର ୫୮ତମ ବାର୍ଷିକ ସମ୍ମିଳନୀ 

    ଭୁବନେଶ୍ୱର: କିଟ୍‍ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସ ଓ ଓଡ଼ିଶା ଅର୍ଥନୈତିକ ସଂଘ (ଓଇଏ) ମିଳିତ ସହଯୋଗରେ ଓଇଏର ୫୮ତମ ବାର୍ଷିକ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଯାପିତ ହୋଇଯାଇଛିଫେବୃଆରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ଭାରତ ଓ ବିଶ୍ୱ ବାଣିଜ୍ୟ: ସାମଗ୍ରୀ ଚୁକ୍ତିନାମା ଓ ନୀତି’ । ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ୟାତି ସଂପନ୍ନ ଅର୍ଥନୀତି ବିଶାରଦ ପ୍ରଫେସର ଦୀପକ ନାୟାର ଯୋଗଦେଇ ନିଯୁକ୍ତି ବଢ଼ିଲେ ହିଁ ଅର୍ଥନୀତିର ଅଭିବୃଦ୍ଧି ହେବ ହେବ ବୋଲି କହିଥିଲେ। ବିକାଶଶୀଳ ଦେଶଗୁଡ଼ିକରେ ନିଯୁକ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଯୁକ୍ତି ଦୃଷ୍ଟିକୋଣରୁ ସାମଗ୍ରିକ ଅର୍ଥନୈତିକ ନୀତିଗୁଡ଼ିକର ପୁନର୍ବିଚାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କହିଲେ, କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସଶକ୍ତ ଅର୍ଥନୀତିର ଉତ୍ତମ ଉଦାହରଣ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁକାନ୍ତ ଚନ୍ଦ୍ର ସ୍ୱାଇଁ,ଓଡ଼ିଶା ଇକନୋମିକ୍ ଆସୋସିଏସନର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା, ସଂପାଦକ ଡ ହିମାଂଶୁ ଶେଖର ରାଉତ ଓ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ଶାଶ୍ୱତ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଅର୍ଥନୀତି ତଥା ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରିଥିଲେ ।ଏହି ଅବସରରେ ଅନ୍ତର୍ଭୁକ୍ତି ବିକାଶ, ସ୍ଥାୟିତ୍ୱ ଓ ନୀତିଗତ ପ୍ରାସଙ୍ଗିକତାକୁ ଆଗକୁ ବଢ଼ାଇବାରେ ଅର୍ଥନୀତିର କେନ୍ଦ୍ରୀୟ ଭୂମିକା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚକମାନେ ଆଲୋଚନା କରିଥିଲେ। ଓଇଏ ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ନେତୃତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ପ୍ରଫେସର ହିମାଂଶୁ ଶେଖର ରାଉତଏହି ସମ୍ମିଳନୀର  ପରିଚାଳନା କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ,  କୋଲକାତା ପ୍ରଫେସର ଦେବାଶିଷ ମିଶ୍ର ନିଲାମ ଡିଜାଇନର ଅର୍ଥନୀତି ବିଷୟରେ ଆଲୋକପାତ କରିଥିଲେ। ପ୍ରୋତ୍ସାହନ, ସୂଚନା ଓ ରଣନୈତିକ ଆଚରଣ ଦ୍ୱାରା ବଜାର କିପରି ଆକୃତି ପାଇଥାଏ ତା ଉପରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଯୋଗଦେଇଥିବା ଓଡ଼ିଶା ତଥା ଭାରତର ବିଭିନ୍ନ କୋଣରୁ ୩ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ବିକାଶ, ସ୍ଥିରତା ତଥା ଭବିଷ୍ୟତର ଅର୍ଥନୈତିକ ମାର୍ଗ ଉପରେ ଏକ ଭିନ୍ନ ଚିନ୍ତାଧାରା ପ୍ରଦାନ କରିଥିଲା।

  • | | |

    ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁର ଆବେଦନ

    ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ  ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ…

  • | |

    ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ଉତ୍ଥାନ

    ବିଶ୍ୱ ଅର୍ଥବ୍ୟବସ୍ଥା ଏକ ‘ଅନିଶ୍ଚିତ ମୁହୂର୍ତ୍ତ’ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଏକ ବିରଳ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ‘ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା’ ଉପରେ ଜାତିସଂଘର ସଦ୍ୟତମ ବାର୍ଷିକ ରିପୋର୍ଟରେ ଭାରତକୁ ୬.୩ ଜିଡିପି ବିକାଶ ହାର ସହିତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ଦିଆଯାଇଛି। ଆନୁମାନିକ ୬.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ବିକାଶର ଏହି ଗତି ୨୦୨୬…

  • | |

    ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଫେରିଲେ ସାମି

    ମୁମ୍ବାଇ : ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବ। ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି। ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଅକ୍ଷର ପଟେଲଙ୍କୁ ଉପଅଧିନାୟକ କରାଯାଇଛି। ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହ ମଧ୍ୟ ଟିମ୍ ଇଣ୍ଡିଆର ସଦସ୍ୟ ଅଛନ୍ତି। ଭାରତ ଓ…

  • |

    ଗାଇସିଲେଟ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ

    ବରଗଡ଼ ଜିଲ୍ଲା ଗାଇସିଲେଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ୨୦/୧୨/୨୫ ରୁ ୨୨/୧୨/୨୫ ପୌଷ ଅମାବାସ୍ୟା ରୁ ପୌଷ ଶୁକ୍ଲ ଦ୍ଵିତୀୟା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ସକାଳ ୯ଟା ରେ ଶିଶୁ ମନ୍ଦିରରୁ କଳସ ଯାତ୍ରା ବାହାରି ଯୋଶୀ ବନ୍ଧ ଠାରୁ ପବିତ୍ର ଜଳ ଆଣି ଗ୍ରାମ ପରିକ୍ରମା କରି ବିଦ୍ୟାମନ୍ଦିରରେ ପହଞ୍ଚିଥିଲେ l ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିବା ବେଳେ ପରେ ନୂଆପାଲି…

Leave a Reply

Your email address will not be published. Required fields are marked *