କିଟ୍ ଓ କିସ୍ ପରିଦର୍ଶନ କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହଟକର ଗୁରୁବାର କିଟ୍ ଓ କିସ୍ ପରିଦର୍ଶନ କରି ଏହି ଅନୁଷ୍ଠାନଗୁଡ଼ିକୁ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କିଟର ବିଭିନ୍ନ ପରିସର ଏବଂ କିସ୍‌ର ସମସ୍ତ ୟୁନିଟ୍ ପରିଦର୍ଶନ କରିଥିଲେ। କିସ୍‌ର ଶୃଙ୍ଖଳିତ ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ସୁବିଧା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ସେ କହିଥିଲେ।

କିସ୍ ଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀମତୀ ରାହଟକର ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାଦେଶର ଗର୍ବ ହେବା ଏବଂ ମହିଳା ସଶକ୍ତିକରଣର ନୂଆ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଆଦିବାସୀ ଶିଶୁଙ୍କ ପ୍ରତି ଅଚ୍ୟୁତ ସାମନ୍ତଙ୍କ ଭଲପାଇବା ଓ ସମର୍ପଣ ଯୋଗୁଁ ଏଭଳି ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଢ଼ି ଉଠିଥିବା ସେ କହିଥିଲେ। ଜନଜାତି ଶିଶୁଙ୍କ ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ଦିଗରେ ଶ୍ରୀ ସାମନ୍ତଙ୍କ ପ୍ରୟାସ ଓ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। କିସ୍ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁବରଂ ହଜାର ହଜାର ଆଦିବାସୀ ଶିଶୁଙ୍କ ଜୀବନରେ ନୂଆ ଆଶାର ଆଲୋକ ଆଣିଥିବା ଏକ ଆନ୍ଦୋଳନ ବୋଲି ସେ ମତ ଦେଇଥିଲେ । ଶିକ୍ଷାଆବାସକ୍ରୀଡ଼ା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ କିସରେ ଉପଲବ୍ଧ ସୁବିଧାକୁ ସେ ପ୍ରଶଂସା କରିଥିଲେ।ଏଭଳି ଏକ ଅନୁଷ୍ଠାନରେ ଅଧ୍ୟୟନ କରିବା ଆଦିବାସୀ ଶିଶୁଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ବୋଲି ଶ୍ରୀମତୀ ରାହଟକର କହିଥିଲେ। ଉପଲବ୍ଧ ସୁଯୋଗର ସର୍ବାଧିକ ସଦୁପଯୋଗ କରି ନିଜ ଅନୁଷ୍ଠାନଓଡ଼ିଶା ଏବଂ ଦେଶର ନାମ ଉଜ୍ଜ୍ୱଳ କରିବା ସହ ଭାରତର ଗର୍ବ ହେବାକୁ ସେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଅପରପକ୍ଷରେ ଶ୍ରୀ ସାମନ୍ତ ଶ୍ରୀମତୀ ବିଜୟା ରାହଟକରଙ୍କ କିଟ୍ ଓ କିସ୍ ପରିଦର୍ଶନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଦେଶର ମହିଳାମାନଙ୍କ ଅଧିକାରସୁରକ୍ଷା ଓ ସଶକ୍ତିକରଣ ପାଇଁ ଜାତୀୟ ମହିଳା କମିଶନ ନିରନ୍ତର କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଏହି ଅବସରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜର ପ୍ରଫେସର ନୟନତାରା ପାଢ଼ୀକିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଏବଂ କିସ୍ କୁଳସଚିବ ତଥା ସିଇଓ ଡ. ପି. କେ. ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Digital Griot