Live Odisha Tv

ଦ୍ୱେତନଗରୀରେ ଦଶହରା ପାଇଁ ଟ୍ରାଫିକ କଟକଣା

ଟ୍ୱିନସିଟିରେ ଦଶହରା ପାଇଁ ଟ୍ରାଫିକ କଟକଣା। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱର ଟ୍ରାଫିକ କଟକଣା ଲାଗୁ ହେବ। ଏ ସମ୍ପର୍କରେ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି। କଟକରେ ଅପରାହ୍ନ ୪ଟା ରୁ ରାତି ୧ ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିବାବେଳେ ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ ।

ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ବରମୁଣ୍ଡାରୁ ପଳାଶୁଣୀ, ରସୁଲଗଡ଼ରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରରୁ-ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରି ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

ସେହିଭଳି କଟକରେ ମଧ୍ୟ ବିଭିନ୍ନ ରାସ୍ତାରେ କଟକଣା ଜାରି ହୋଇଛି । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ସର୍ବସାଧାରଣଙ୍କ ପାଇଁ କମିଶନରେଟ୍ ପୋଲିସ ବିଜ୍ଞପ୍ତି ଜାରି କରିଛି।

ପୂଜାରେ ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ଲୋକମାନେ ସଚେତନ ହେବା ଆବଶ୍ୟକ। ସାଇବର ଅପରାଧ ସମ୍ବଦ୍ଧରେ ମଧ୍ୟ ଲୋକେ ସଚେତନ ହେବା ଜରୁରୀ । ପ୍ରକାଶ ଯୋଗ୍ୟ ଯେ, ରାଜଧାନୀରେ ୧୮୭ ପୂଜା ପଣ୍ଡାଲ ରହିଥିବା ବେଳେ ପୁରୁଣା ରାଜଧାନୀରେ ୧୬୬ ମେଢ ହୋଇଛି । ସେଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ ।

ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ଅଫିସର, CAPF ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସ୍ନାଚିଂ ରୋକିବାକୁ ସ୍ଵତନ୍ତ୍ର ପ୍ଲାନ୍ ସହ ପାର୍କିଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଧା ପୋଷାକରେ ପୋଲିସ ଅଧିକାରୀ ରହିବେ। ସମ୍ପୂର୍ଣ୍ଣ ପୂଜା ମଣ୍ଡପ ସିସିଟିଭି ସର୍ଭେଲାନ୍ସରେ ରହିବ ।

Digital Griot