Live Odisha Tv

ଯୁକ୍ତ ୨ରେ କିସ୍‍ର ଉତ୍ସାହଜନକ ସଫଳତା

ଭୁବନେଶ୍ୱର : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ରାଜ୍ୟରେ କଳାବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୫୧୮୭.୪୯ ଓ ୮୩.୦୩ ଥିବା ବେଳେ କିସ୍‍ର ପାସ୍‍ ହାର ଉତ୍ସାହଜନକ ରହିଛି । ଚଳିତବର୍ଷ ମଧ୍ୟ କିସ୍‌ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। କିସ୍‌ରେ କଳାବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୮୭୦ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ କଳାରେ ୩୨ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୪୦ ଓ ୩୮ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।

କଳାରେ ପ୍ରମିଳା ଖିଲ ସର୍ବାଧିକ ୮୪ ପ୍ରତିଶତ ନମ୍ବର ରଖି କଲେଜ ଟପ୍‌ପର ହୋଇଥିବା ବେଳେ ବିଜ୍ଞାନରେ କ୍ରିଷ୍ଣା କହଁର ସର୍ବାଧିକ ୮୯ ପ୍ରତିଶତ ରଖି ଓ ବାଣିଜ୍ୟରେ ଜେମା ସିଂହ ସର୍ବାଧିକ ୮୭ ପ୍ରତିଶତ ନମ୍ବର ରଖି କଲେଜ ଟପ୍‌ପର ହୋଇଛନ୍ତି। କିସ୍‍ ଫଳାଫଳ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଦ୍ୱାଦଶ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତିକିସ୍‍ କଲେଜର ଅଧ୍ୟାପକଅଧ୍ୟାପିକାଙ୍କ ନିଷ୍ଠା ଓ ସମୟକୁ ସମୟ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ କିସ୍‍କୁ ଏହି ସଫଳତା ଆଣିଦେଇଛି।

Digital Griot