
କିଟ୍ ଓ କିସ୍ ପରିଦର୍ଶନ କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହଟକର ଗୁରୁବାର କିଟ୍ ଓ କିସ୍ ପରିଦର୍ଶନ କରି ଏହି ଅନୁଷ୍ଠାନଗୁଡ଼ିକୁ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କିଟର ବିଭିନ୍ନ ପରିସର ଏବଂ କିସ୍ର ସମସ୍ତ ୟୁନିଟ୍ ପରିଦର୍ଶନ କରିଥିଲେ। କିସ୍ର ଶୃଙ୍ଖଳିତ ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ସୁବିଧା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ସେ କହିଥିଲେ। କିସ୍ ଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀମତୀ ରାହଟକର ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଦେଶର


