କିଟ୍‍ ଓ କିସ୍ ରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : କିଟ୍‌କିସ୍‌କିମ୍‌ସକିଟ୍ ପବ୍ଲିକ୍ ସ୍କୁଲ୍ ଓ କିଟ୍ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ୮୦ତମ ସ୍ୱାଧୀନତା ଦିବସ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । କିସ୍ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ବିଶିଷ୍ଟ କନ୍ନଡ ସାମ୍ବାଦିକ ତଥା କନ୍ନଡ ଦୈନିକ ବିଶ୍ୱବାଣୀର ମୁଖ୍ୟ ସଂପାଦକ ବିଶ୍ୱେଶ୍ୱର ଭଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ସେ କହିଲେଏବେ ଆମକୁ ଦାରିଦ୍ର୍ୟନିରକ୍ଷରତାରୁ ମୁକ୍ତି ଏବଂ ଶିକ୍ଷା ମାଧ୍ୟମରେ ସ୍ୱାଧୀନତା ହାସଲ କରିବାକୁ ହେବ । ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ସେ କହିଲେମୁଁ ସବୁବେଳେ ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ମହାନ ନିଷ୍ଠା ଓ ପ୍ରେରଣା ପାଇଁ ସ୍ମରଣ କରେ । ସେ ଆଗାମୀ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଆସୁଛନ୍ତି । ତୁମମାନଙ୍କ ଭବିଷ୍ୟତ ଏବେ ସବୁଠାରୁ ସୁରକ୍ଷିତ ହାତରେ ଏବଂ ସର୍ବୋତ୍ତମ ଯତ୍ନରେ ରହିଛି ବୋଲି ସେ କହିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେତୁମମାନଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଯେପର୍ଯ୍ୟନ୍ତ ତୁମର ଉନ୍ନତି ନ ହୋଇଛି ସେପର୍ଯ୍ୟନ୍ତ ଆମକୁ ଖୁସି କି ଆନ୍ଦନ ମିଳିବ ନାହିଁ । ବିକଶିତ ଭାରତରେ ତୁମମାନଙ୍କ ଯୋଗଦାନ ରହିବ । ଦୀର୍ଘ ୩୫ ବର୍ଷ ହେଲା କିସ୍ ଅତି ସୁନ୍ଦର ଭାବେ ଚାଲୁଛି । ଏହାକୁ ଆହୁରି ସୁନ୍ଦର କରାଯିବ ।

ଅନ୍ୟମାନଙ୍କ ମଧ୍ୟରେ କିସ ସଂପାଦକ ଆର ଏନ ଦାଶକିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଉପକୁଳପତି ପ୍ରଫେସର ରାଜୁ କେ ଡିକୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତିବରିଷ୍ଠ ମହାନିର୍ଦ୍ଦେଶକ ଡ ଦେବାଶିଷ ବନ୍ଦୋପାଧ୍ୟାୟ, କିସ ବିଶ୍ୱବିଦ୍ୟାଳୟ କୁଳସଚିବ ଡ ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କିଟ୍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ଶରଣଜିତ ସିଂହ ପତାକା ଉତ୍ତୋଳନ କରିଥିବା ବେଳେ କିମସରେ ଉପକୁଳପତି ପ୍ରଫେସର ସିବିକେ ମହାନ୍ତିକିଟ ଇଣ୍ଟରନାସନାଲ ସ୍କୁଲରେ ଅଧ୍ୟକ୍ଷ ଡ ସଞ୍ଜୟ ସୁଆରକିଟ୍‍ ପବ୍ଲିକ ସ୍କୁଲରେ ସ୍କୁଲର ଅଧ୍ୟକ୍ଷ ଦିଲୀପ କୁମାର ତ୍ରିପାଠୀ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । କିସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରେଡ ଓ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Digital Griot