ଦେଶ ବିଦେଶ

ଅପରାଧ

ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଦୀର୍ଘ ପ୍ରାୟ ଦୁଇବର୍ଷ ପରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନୂଆମୋଡ଼ ନେଇଛି । କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନହୋଇ ନବଙ୍କ ପରିବାର ସଦସ୍ୟମାନେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ହତ୍ୟାକାଣ୍ଡ ଘଟଣାର ସାନି ତଦନ୍ତ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । କ୍ରାଇମବ୍ରାଂଚର ଅଧିକାରୀମାନେ ଝାରସୁଗୁଡ଼ା ଯାଇ ପୁଣିଥରେ ଏହି ମାମଲାରେ ବିଭିନ୍ନ ବ୍ୟକ୍ତିମାନଙ୍କ ବୟାନ ରେକର୍ଡ କରିବା ପରେ ରାଜ୍ୟ ସରକାର ମାମଲାକୁ ସିବିଆଇ

Read More »
ଦେଶ ବିଦେଶ

ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର : ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ଗୁରୁବାର ଓଜେଏସ୍‍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍‌ରୁ ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଲ ସ୍କୁଲ୍‍ର ଅଭିପ୍‍ସା ମହାକୁଡ଼ ୧୨ତମ, ଶ୍ରୀୟଙ୍କା ଦାଶ ୧୩ ତମ ଓ ଆର୍ଯ୍ୟ କୁମାର ସେନାପତି ୧୮ତମ ସ୍ଥାନରେ ରହିଛନ୍ତି ।

Read More »
ଦେଶ ବିଦେଶ

କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ

ଭୁବନେଶ୍ୱର : କିଟ୍‍ କ୍ୟାମ୍ପସରେ ସ୍ୱାଭାବିକତା ସୁନିଶ୍ଚିତ କରିବା ଦିଗରେ କିଟ୍‍ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଫଳରେ ଏବେ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍କୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ହଷ୍ଟେଲ୍‍କୁ ଫେରିସାରିଲେଣି । ୧୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାକି ୧୦୦ ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍‍କୁ ଫେରୁଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁନର୍ବାର କ୍ୟାମ୍ପସ୍‍କୁ ଫେରାଇ ଆଣିବା ଦିଗରେ ଓଡ଼ିଶା ସରକାର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ନେପାଳ ଦୂତାବାସ ଓ

Read More »
ଦେଶ ବିଦେଶ

କିଟ୍‌ରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରୱେର ପୂର୍ବତନ ମନ୍ତ୍ରୀ ତଥା କୁଟନୀତିଜ୍ଞ ଏରିକ୍ ସୋଲେମ୍ ଓ ଖ୍ୟାତି ସମ୍ପନ୍ନ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସୋଲେମ୍‍ ତାଙ୍କ ଅଭିଭାଷଣରେ କିଟ୍‍ ଓ କିସ୍‍ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କିଟ୍‍ ଓ କିସ୍‍ ଭଳି ଅନୁଷ୍ଠାନ ସାମାଜିକ ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି

Read More »
ଦେଶ ବିଦେଶ

କିସ୍ ରେ କେନ୍ଦ୍ରାଞ୍ଚଳ କୁଳପତି ସମ୍ମିଳନୀ ଉଦ୍‍ଯାପିତ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ସହଯୋଗରେ ଭାରତର କେନ୍ଦ୍ରାଞ୍ଚଳ କୁଳପତି ସମ୍ମିଳନୀ  କିସ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉଚ୍ଚତର ଶିକ୍ଷାର ଜଗତିକରଣ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବହୁ ଚିନ୍ତାନାୟକ, ଶିକ୍ଷାବିତ୍‍ ଓ ନୀତି ନିର୍ଦ୍ଧାରକ ଯୋଗଦେଇ ଜଗତିକରଣ ଓ ଆନ୍ତର୍ଜାତିକରଣ ବିଷୟବସ୍ତୁ ଉପରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇୟୁର ସଭାପତି ବିଜୟ କୁମାର ପାଠକ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସମାନୁପାତିକ

Read More »
ଦେଶ ବିଦେଶ

କିଟରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର : ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କିଟ୍‍ ଓ କିସ୍‍ ବୁଲିବା ସହ ସେମାନେ

Read More »
ଦେଶ ବିଦେଶ

କିଟରେ ନାନୋମେଡିସିନର ଅନ୍ତର୍ଜାତୀୟ ସମ୍ମିଳନୀ

କିଟ ବିଶ୍ୱବିଦ୍ୟାଳୟରେ ନାନୋମେଡିସିନର ସଦ୍ୟତମ ବିକାଶ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀରେ ବହୁ ଗବେଷକ, ଛାତ୍ର, ଚିକିତ୍ସା ବୃତ୍ତିଧାରୀ, ସାମାଜିକ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ ସମେତ ୫୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଆମେରିକା, ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ଭାରତ, ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ, ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆର ବିଶିଷ୍ଟ ବକ୍ତାମାନେ ନାନୋଟେକ୍ନୋଲୋଜି-ଆଧାରିତ ଡାଇଗ୍ନୋଷ୍ଟିକ୍ସ, ଇମେଜିଂ ଏବଂ ଥେରାପୁଟିକ୍ସରେ ସଦ୍ୟତମ ବିକାଶ ବିଷୟରେ ଆଲୋକପାତ କରିଥିଲେ। ପ୍ରେସିସିନ୍ ନାନୋମେଡିସିନ୍ ଜର୍ନାଲ୍

Read More »
ଦେଶ ବିଦେଶ

କିଟରେ ଡ୍ୟାମ୍ ସୁରକ୍ଷା ଉପରେ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର : ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ କର୍ମଶାଳା ଆଇଡବ୍ଲୁଡିଏସ୍‍-୨୦୨୫ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହା ହେଉଛି ଆଇଡବ୍ଲୁଡିଏସର ଦ୍ୱିତୀୟ ଅନ୍ତର୍ଜାତୀୟ କର୍ମଶାଳା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ପି.କେ. ଜେନା ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବିପର୍ଯ୍ୟୟର ମୁକାବିଲା ପାଇଁ ସର୍ବାଧିକ ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଜ ପ୍ରଶାସନିକ ଅଭିଜ୍ଞତାରୁ ଉଲ୍ଲେଖ କରି ସେ କହିଲେ ନଦୀବନ୍ଧର

Read More »
ଦେଶ ବିଦେଶ

ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ। ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହି ଅବସରରେ ପ୍ରକୃତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ

Read More »
କ୍ରୀଡା

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫

ଭୁବନେଶ୍ୱର : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ମୁମ୍ବାଇଠାରେ ‘ସ୍ପୋର୍ଟଷ୍ଟାର’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ

Read More »