ଦେଶ ବିଦେଶ

ଦେଶ ବିଦେଶ

କାଦମ୍ବିନୀ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଡ. ମୁଳେ କହିଲେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା

Read More »
ତାଜା ଖବର

ଆସନ୍ତାକାଲି ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିବ। ଏହି ଖବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ସୁବିଧା କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଗାଡ଼ି ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ମୁମ୍ବାଇରୁ ଆସିବ ବୋଲି ସୂଚନା ମିଳିଛି। ଏହି ଡବଲ ଡେକର ବସ୍ ପ୍ରବାସୀ ଭାରତୀୟ

Read More »
କ୍ରୀଡା

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଏକାଦଶ ଘୋଷଣା

ଭୁବନେଶ୍ୱର : ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳର ଘୋଷଣା ହୋଇଛି । ଦଳରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଓ ବିସ୍ଫୋରକ ବ୍ୟାଟର ଟ୍ରେଭିସ ହେଡଙ୍କୁ ସ୍ଥାନ ମିଳିନି । ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଟିମ୍ କ୍ରିକେଟ୍ ଅଷ୍ଟ୍ରେଲିଆ ଚୟନ କରିଛି । ଉଲ୍ଲେଖନୀୟ ପ୍ରତି ବର୍ଷ ଶେଷ ଆଡକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପ୍ରତିଟି ଫର୍ମାଟ ପାଇଁ ଶ୍ରେଷ୍ଠ ଦଳ ଚୟନ

Read More »
ଜୀବନଚର୍ଯ୍ୟା

କିମ୍‍ସରେ ଲାଗିଲା ଅତ୍ୟାଧୁନିକ କାର୍ଡିଆକ୍‍ ଲେଜର ମେସିନ୍‍

ଭୁବନେଶ୍ୱର : ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି । ଏହାକୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉଦ୍‍ଘାଟନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସ ଏକ ଉଦାହରଣ ସୃଷ୍ଟି

Read More »
ତାଜା ଖବର

ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ୨୦୨୪

ଭୁବନେଶ୍ୱର : ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ର ଫାଇନାଲ୍ ତଥା ମେଗା ରାଉଣ୍ଡ ସୋମବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଦିଲିଶା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି

Read More »
ତାଜା ଖବର

ଆମେରିକା ଗସ୍ତରେ ଯିବେ ଏସ୍. ଜୟଶଙ୍କର

ଆମେରିକା ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଡିସେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଜୟଶଙ୍କରଙ୍କ ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଟ୍ରମ୍ପଙ୍କ

Read More »
ତାଜା ଖବର

ପ୍ରଖ୍ୟାତ ଫିଲ୍ମ ମେକର ଶ୍ୟାମ ବେନେଗଲଙ୍କ ଦେହାନ୍ତ

ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ବୃତ୍ତଚିତ୍ର ନିର୍ମାତା ଶ୍ୟାମ ବେନେଗଲ। ଆଜି ସନ୍ଧ୍ୟା ୬.୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି। ଦି

Read More »
ତାଜା ଖବର

ରୁବେନଙ୍କ ଉପରେ ବର୍ଷିଲେ ଅରୁଣ-ଅତନୁ

ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ଦୁଇଦିନ  ପରେ ବିଜେଡିର ଦୁଇ ବରିଷ୍ଠ ପ୍ରଭାବଶାଳୀ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ଭିନ୍ନ ଭିନ୍ନ ଭାବେ ଗଣମାଧ୍ୟମ ସମ୍ମୁଖକୁ ଆସି ରୁବେନଙ୍କ ଉପରେ ବର୍ଷିଛନ୍ତି । ରୁବେନଙ୍କୁ ନୀତି ନୈତିକତାର ପାଠ ପଢ଼ାଇବା ସହ ନବୀନଙ୍କୁ ନଭେଟି କିଭଳି ଏପରି ‘ଗପ’ଲେଖିଛନ୍ତି ବୋଲି ଏହି ନେତାମାନେ ପ୍ରଶ୍ନ କରିବା ସହ ରୁବେନଙ୍କ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକର ଖ୍ୟାତି ସମ୍ପନ୍ନ ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ରବିବାର ଆଲାଏନ୍‍ସ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ଦେଶ ବିଦେଶ

କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା

ଭୁବନେଶ୍ୱର : କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳାରେ ଆଜି ସ୍ଲୋଭାକିଆର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏଡ୍‍ୱାର୍ଡ ହେଗର ବକ୍ତୃତା ପ୍ରଦାନ କରି କିଟ୍‍ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ନୈତିକତା ଓ ସମାଜ ପ୍ରତି ପ୍ରତିବଦ୍ଧତା ରଖିବାକୁ ପରାମର୍ଶ ଦେଇଥିଲେ । ସେ କହିଲେ, ଆଜିର ଯୁଗରେ ଶିକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ଶାନ୍ତି ଆଣିପାରେ, ଶିକ୍ଷା ଗୋଟିଏ ଦେଶକୁ ପରିବର୍ତ୍ତନ କରିପାରେ ଏବଂ ଶିକ୍ଷା ଜଣକ ଜୀବନରେ ସମୃଦ୍ଧି ଆଣିଥାଏ । ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ଗ୍ରହଣ କରି ନିଜେ କିପରି

Read More »