ରାଜ୍ୟ

ରାଜ୍ୟ

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ଆସନ୍ତା ୧୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ

Read More »

କିଟ୍‍ର ପଦକ ବିଜେତା ଖେଳାଳିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜର୍ମାନୀର ରାଇନ ରୁହର ଠାରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ବିଭାଗରେ ପଦକ ହାସଲ କରିଥିବା କିଟ୍‍ ବିଶ୍ୱବିଦ୍ୟାଳୟର ୧୧ଜଣ କ୍ରୀଡ଼ାବିତ୍‍ଙ୍କୁ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିଥିବା ପ୍ରତ୍ୟେକ କ୍ରୀଡ଼ାବିତ୍‍ଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ କାଂସ୍ୟ ପଦକ ହାସଲ

Read More »
ରାଜ୍ୟ

କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କିସ୍‍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ। ଆଜି ପୂର୍ବାହ୍ନରେ ରାଜ୍ୟପାଳ ଡ. କମ୍ଭମପତି ସପତ୍ନୀକ କିଟ୍ ରେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ରାଜ୍ୟପାଳ କିଟ୍‍ର

Read More »
ରାଜ୍ୟ

କିମ୍‍ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିମ୍‌ସର ଡାକ୍ତରମାନେ ଏକ ଅଭିନବ ପ୍ରଣାଳୀରେ ଜଣେ ରୋଗୀଙ୍କ ଫୁସ୍‌ଫୁସ୍‌ରୁ ଏକ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ଜଣେ ୪୦ ବର୍ଷୀୟ ମହିଳାଙ୍କଠାରେ କାର୍ସିନଏଡ୍ ଟ୍ୟୁମର ଭଳି ଏକ ବିରଳ ପ୍ରକାରର ଫୁସଫୁସ ଟ୍ୟୁମର ଚିହ୍ନଟ ହେବା ପରେ ରୋଗୀ ଜଣକ ୨୦୨୩ ମସିହାରେ ରେଡିଏସନ୍ ଥେରାପି ନେଇଥିଲେ। ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ତାଙ୍କୁ ନିରନ୍ତର କାଶ ହେଉଥିଲା। ତେବେ ମହିଳାଙ୍କ ଶ୍ୱାସନଳୀର ଅଧାରୁ ଅଧିକ

Read More »
ତାଜା ଖବର

ପଞ୍ଚାୟତ ପ୍ରତିନିଧିଙ୍କର ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ

ଭୁବନେଶ୍ଵର: ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତ୍ୟୁ ହେଲେ ତାଙ୍କୁ ମିଳିବ ୨ ଲକ୍ଷ ଟଙ୍କା । ସେହିପରି ମୃତ୍ୟୁ ହେଲେ କିମ୍ବା ଅକ୍ଷମ ହେଲେ ମିଳିବ ଅନୁକମ୍ପା ରାଶି । ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ

Read More »
ଅପରାଧ

ଛାତ୍ରୀ ନିର୍ଯ୍ୟାତନା ମାମଲାରେ ସହକାରୀ ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ ନିଲମ୍ବିତ କରିଛନ୍ତି । ଏହି ସମୟରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷରେ କୂଳପତି କହିଛନ୍ତି ଯେ ଏ ସମ୍ପର୍କରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି

Read More »
ଦେଶ ବିଦେଶ

କିମ୍‌ସ ଡାକ୍ତର ଏସଏଫଇଏସର ସଦସ୍ୟ ମନୋନୀତ

ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍‌ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ସକ୍ରିୟ ଏଣ୍ଡୋକ୍ରାଇନ୍ ସଂସ୍ଥା ମଧ୍ୟରୁ ଗୋଟିଏ, ଯାହା ଭାରତ ସମେତ ଅନେକ ଏସୀୟ ଦେଶର ଏଣ୍ଡୋକ୍ରାଇନ୍ ସଂଘକୁ ନେଇ ଗଠିତ। ଏହି ସଂଘ ସହଯୋଗପୂର୍ଣ୍ଣ ଗବେଷଣା, ରୋଗୀ ସେବାକୁ ଆଗକୁ ବଢାଇବା, ଆଞ୍ଚଳିକ କ୍ଲିନିକାଲ୍ ନିର୍ଦ୍ଦେଶାବଳୀ ବିକଶିତ କରିବା ଏବଂ ଦକ୍ଷିଣ

Read More »
ଦେଶ ବିଦେଶ

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର : ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା । ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ

Read More »
ରାଜ୍ୟ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ନବନିର୍ବାଚିତ ଛାତ୍ର କ୍ୟାବିନେଟର ଶପଥ ଗ୍ରହଣ ଏବଂ ପ୍ରଖ୍ୟାତ ସାମ୍ବାଦିକ, ସ୍ନାୟୁ ବିବିଧତା ପ୍ରବକ୍ତା ଏବଂ ଲେଖିକା ମୁଗ୍ଧା କାଲରାଙ୍କ ପ୍ରେରଣାଦାୟକ ଅଭିଭାଷଣ ସହିତ ଏକ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ମୁଗ୍ଧା କାଲରା କହିଲେ, ମୁଁ ଦେଶର ଅନେକ କ୍ୟାମ୍ପସକୁ ଯାଇଛି, କିନ୍ତୁ ଏହି କ୍ୟାମ୍ପସକୁ ଆସି ମୁଁ ଗର୍ବିତ। ସେ ସ୍କୁଲର ଭିତ୍ତିଭୂମି ଓ ଛାତ୍ର-ଅନୁକୂଳ ସୁବିଧାଗୁଡ଼ିକୁ ପ୍ରଶଂସା କରି କହିଥିଲେ, କିଟ୍ ଏଭଳି ପରିବେଶ ସୃଷ୍ଟି

Read More »
ଦେଶ ବିଦେଶ

ଶ୍ରୀବାଣୀ କ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ୱର : ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ କିଟ୍‍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୪ଟା ସମୟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ

Read More »