ରାଜ୍ୟ

ତାଜା ଖବର

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସରେ ମିନିମାଲି ଇନ୍‍ଭେସିଭ୍‍ ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ ମିନିମାଲି ଇନଭେସିଭ୍ ମିଟ୍ରାଲ ଭାଲଭ୍ ଲଗାଯାଇଛି । କିମ୍‍ସର ହୃଦ୍‍ରୋଗ ସର୍ଜନ ଡା ଅମିତ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ସାଧାରଣତଃ ଏଭଳି ଅସ୍ତ୍ରୋପଚାର ପାଇଁ ଷ୍ଟର୍ନମ କାଟିବାକୁ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ଜୀବନଚର୍ଯ୍ୟା

KIMSରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS) ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳନ କରିଛି। ଏଥିରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ (MCH) ଯତ୍ନ ଏବଂ ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତା, ସେମିନାର ପରିଚାଳନା ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଭିଡିଓଟି MCH ବିଷୟରେ

Read More »
ଦେଶ ବିଦେଶ

କିଟ୍‍ ଓ ସିଲନ୍‍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ଓ ଶ୍ରୀଲଙ୍କାର ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏହାର ଅଧ୍ୟକ୍ଷ ଏବଂ କେଲନିଆ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଜେନିଥା ଆବେଉଇକ୍ରେମା ଲିଆନାଗେ ଏଥିରେ ସ୍ୱାକ୍ଷର କରିଛନ୍ତି ।

Read More »
ଦେଶ ବିଦେଶ

କିଟ୍‍, କିସ୍‍ ପରିଦର୍ଶନରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର : ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍, କିସ୍‍ ପରିଦର୍ଶନ କରିଛନ୍ତି। ସେମାନେ କିଟ୍‍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଏହି ପ୍ରତିନିଧିମଣ୍ଡଳ ପ୍ରଥମ ଦିନରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ

Read More »
ଦେଶ ବିଦେଶ

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ନିଉଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନିଉଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ଗସ ଗିଲମୋର, ନିଉଜିଲାଣ୍ଡ ଟ୍ରେଡ୍‍ ଆଣ୍ଡ ଏଣ୍ଟରପ୍ରାଇଜ୍ର କନସୁଲ ଜେନେରାଓ ଓ ଟ୍ରେଡ୍‍ କମିଶନର ଗ୍ରାହମ ରାଉଜ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି

Read More »
ଦେଶ ବିଦେଶ

ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର ହୋଇଯାଇଛି । ଏହି ବୁଝାମଣାପତ୍ରରେ ତୁଲସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ୍‍ ଏନ୍‍ଗେଜମେଣ୍ଟର ଭାଇସ୍‍ ପ୍ରୋଭୋଷ୍ଟ ଡ. ଭିଭାନ୍‍ ୱାଙ୍ଗ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ କିଟରେ ବିଟେକ୍‍ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଡୁଆଲ ଡିଗ୍ରୀ ହାସଲ କରିପାରିବେ। ସେମାନେ ଦୁଇ ବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟରେ

Read More »
ଅପରାଧ

ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର : ଗିରଫ ହେଲେ ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର। ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତପିଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ଲେଖିକା ବନସ୍ମିତା ପତିଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ଏହି ଘଟଣାରେ ପ୍ରମାଣପତ୍ର ସହିତ

Read More »
ଅପରାଧ

ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଦୀର୍ଘ ପ୍ରାୟ ଦୁଇବର୍ଷ ପରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନୂଆମୋଡ଼ ନେଇଛି । କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନହୋଇ ନବଙ୍କ ପରିବାର ସଦସ୍ୟମାନେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ହତ୍ୟାକାଣ୍ଡ ଘଟଣାର ସାନି ତଦନ୍ତ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । କ୍ରାଇମବ୍ରାଂଚର ଅଧିକାରୀମାନେ ଝାରସୁଗୁଡ଼ା ଯାଇ ପୁଣିଥରେ ଏହି ମାମଲାରେ ବିଭିନ୍ନ ବ୍ୟକ୍ତିମାନଙ୍କ ବୟାନ ରେକର୍ଡ କରିବା ପରେ ରାଜ୍ୟ ସରକାର ମାମଲାକୁ ସିବିଆଇ

Read More »
ଅପରାଧ

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁର ଆବେଦନ

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ  ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ

Read More »