ରାଜ୍ୟ

ତାଜା ଖବର

ଗୋଟିଏ ଦିନ ବଢିଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ଏଠାକୁ ଆସୁଥିବା ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଇ ସରକାର ଏହି ପ୍ରଦର୍ଶନୀକୁ ଜାନୁଆରି ୧୨ (ରବିବାର) ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବର୍ଦ୍ଧିତ ସମୟ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ

Read More »
ଜୀବନଚର୍ଯ୍ୟା

କିମସରେ ପ୍ରଥମ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

ଭୁବନେଶ୍ୱର : କିମସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୟାଗଡ଼ ଜିଲ୍ଲାରୁ କିମସରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କଠାରେ ସଫଳତାର ସହ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯାଇଛି। ରୋଗୀ ଜଣକ ଏକାଧିକ ପ୍ରକାରର ମାଇଲୋମା ଭଳି ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରତିରୋପଣ ପରେ ରୋଗୀ ସଂପୂର୍ଣ୍ଣ

Read More »
ତାଜା ଖବର

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଓଡ଼ିଶାର କଳାକାରମାନେ ସେମାନଙ୍କର ପ୍ରଦର୍ଶନ କରିଛନ୍ତି। ବିମାନବନ୍ଦର ସମ୍ମୁଖ,

Read More »
କ୍ରୀଡା

କିଟ୍‍ ରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍‍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ଆଜି ଉଦ୍‍ଘାଟିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ସାଇକ୍ଲିଷ୍ଟ, ସାଇକ୍ଲିଂରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ସ୍ୱନାମଧନ୍ୟ ସାଇକ୍ଲିଷ୍ଟ ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରୋମ ନାମିତ କରାଯାଇଛି । ୨୫୦ ମିଟର ବିଶିଷ୍ଟ ଏହି କଂକ୍ରିଟ୍‍ ଭେଲୋଡ୍ରୋମ ଭାରତର

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ

ଭୁବନେଶ୍ୱର : ଭୁବନେଶ୍ୱରରେ ୮ତାରିଖରୁ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗ୍ଲୋବାଲ୍‍ ଅର୍ଗାନାଇଜେସନ୍‍ ଅଫ୍‍ ପିପୁଲ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଗୋପିଓ)ର ସଦସ୍ୟମାନେ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ଏହି ଅବସରରେ କିସ୍‍ ପରିଦର୍ଶନ କରି କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସେମାନେ ସମ୍ବୋଧିତ କରିବା ପରେ କିଟ୍‍ ପରିସରରେ ଆୟୋଜିତ ‘ଭାରତ ୨୦୨୫ ଏବଂ ଭାରତୀୟ ବଂଶୋଦ୍ଭବ- ଏକ ଭାବ

Read More »
ତାଜା ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି | ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ କିଛି କଟକଣା ଲାଗୁ କରିଛି | ଏହି କଟକଣା ଅନୁଯାୟୀ କୌଣସି ଯାନବାହାନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ | ବୁଧବାର

Read More »
ଦେଶ ବିଦେଶ

କାଦମ୍ବିନୀ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଡ. ମୁଳେ କହିଲେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା

Read More »
ତାଜା ଖବର

ଆସନ୍ତାକାଲି ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିବ। ଏହି ଖବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ସୁବିଧା କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଗାଡ଼ି ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ମୁମ୍ବାଇରୁ ଆସିବ ବୋଲି ସୂଚନା ମିଳିଛି। ଏହି ଡବଲ ଡେକର ବସ୍ ପ୍ରବାସୀ ଭାରତୀୟ

Read More »
ଜୀବନଚର୍ଯ୍ୟା

କିମ୍‍ସରେ ଲାଗିଲା ଅତ୍ୟାଧୁନିକ କାର୍ଡିଆକ୍‍ ଲେଜର ମେସିନ୍‍

ଭୁବନେଶ୍ୱର : ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି । ଏହାକୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉଦ୍‍ଘାଟନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସ ଏକ ଉଦାହରଣ ସୃଷ୍ଟି

Read More »
ତାଜା ଖବର

ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ୨୦୨୪

ଭୁବନେଶ୍ୱର : ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ର ଫାଇନାଲ୍ ତଥା ମେଗା ରାଉଣ୍ଡ ସୋମବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଦିଲିଶା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି

Read More »