ରାଜ୍ୟ

ତାଜା ଖବର

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର : ୪୩ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସମାଜସେବ. କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିକାଶ ଆଣିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ଶ୍ରୀ ସାମନ୍ତଙ୍କୁ ୱାର୍ଲ୍‍ଡ ଆକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର (ଡବ୍ଲୁଏଏସି) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Read More »
ତାଜା ଖବର

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା

ଭୁବନେଶ୍ୱର : ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ ।

Read More »
ତାଜା ଖବର

୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା

Read More »
ତାଜା ଖବର

ଅନ୍ତିମ ଯାତ୍ରାରେ ସମୀର ଦେ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଇହଲୀଳା ସମ୍ବରଣ କରିଛନ୍ତି । କଟକର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ନଭେମ୍ବର ୧ ତାରିଖରେ ସମୀର ଦେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ସେ ପ୍ରାଣ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ଦେଶ ବିଦେଶ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଯୋଗଦେଇ ଥିବା ବେଳେ ଆଭାସୀରେ ବିଶିଷ୍ଟ ଶିଶୁ ସାହିତ୍ୟିକ ରସ୍କିନ୍‍ ବଣ୍ଡ ଓ ଅଭିନେତା ବିକ୍ରାନ୍ତ ମାସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ

Read More »
ତାଜା ଖବର

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦ୍‍ଘାଟିତ

ଭୁବନେଶ୍ୱର : ଚାକିରିକୁ ଅପେକ୍ଷା ନକରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଷ୍ଟାର୍ଟଅପ୍‍ ପ୍ରତି ଯୁବଗୋଷ୍ଠୀ ସଚେତନ ହେଲେ ଦେଶର ବିକାଶ ହେବ । ବିଶେଷ କରି ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ଆସିବା ଦରକାର ବୋଲି କିଟରେ ୩ ଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪କୁ ଉଦ୍‍ଘାଟନ କରି ଓଡ଼ିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍‍ ପ୍ରକାଶ

Read More »
ତାଜା ଖବର

କିମ୍‍ସରେ ଅତ୍ୟାଧୁନିକ ଷ୍ଟେରିଓଟାକ୍‍ଟିକ୍‍ ବାୟୋପ୍‍ସି

ଭୁବନେଶ୍ୱର : ଅତ୍ୟାଧୁନିକ ଷ୍ଟେରିଓଟାକ୍‍ଟିକ୍‍ ବାୟୋପ୍‍ସି ବ୍ୟବସ୍ଥା ସହ କିମ୍‍ସରେ ପ୍ରଥମ ଥର ଲାଗି ଉପଲବ୍‍ଧ ହୋଇଛି ୩-ଡି ଡିଜିଟାଲ୍‍ ମାମୋଗ୍ରାଫି ଯନ୍ତ୍ର। ଏହା ଦ୍ୱାରା ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରାଜ୍ୟର ବହୁ ରୋଗୀ ଉପକୃତ ହୋଇପାରିବେ। କିଟ୍‍, କିସ୍‍ ଓ କିମ୍‍ସ ପ୍ରତଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଯନ୍ତ୍ରକୁ ଉଦ୍‍ଘାଟନ ସୋମବାର ଉଦ୍‍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଏହି ଯନ୍ତ୍ରରେ ସ୍ତନ କର୍କଟ ଭଳି ଜଟିଳ ରୋଗର ନିଦାନ ସହ ପ୍ରାକ୍‍ ଓ ସଠିକ୍‍ ଚିହ୍ନଟ ହୋଇପାରିବ

Read More »
ତାଜା ଖବର

ନୂତନ ପ୍ରଧାନ ବିଚାରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଦେଶର ନୂତନ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୧ ତମ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ ସମାନ ଏବଂ ନ୍ୟାୟିକ ଆଇନ ଗଠନ ଦିଗରେ ତାଙ୍କର ଅବିରତ ଅବଦାନକୁ ଆମେ ଅପେକ୍ଷା କରିଛୁ । ସେ ଏହି ନୂତନ ଭୂମିକା ଜ୍ଞାନ, ଶକ୍ତି ଏବଂ ସଫଳତା ଆଣିବ, ଯେହେତୁ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର

Read More »
ତାଜା ଖବର

ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି

ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧.୧୦କୋଟି ଟଙ୍କା ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ(ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି) ଅଧୀନରେ ୫ହଜାର କୋଟି

Read More »